ବୌଦ୍ଧ: ନିର୍ମାଣଧୀନ ରାସ୍ତା ତଳୁ ଖୋଳିଲେ ବାହାରୁଛି ମୂଲ୍ୟବାନ ରତ୍ନପଥର। ଏହାକୁ ପାଇବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଛି ।
କେଜି ପିଛା ୨୫ଶହରୁ ୩ହଜାର ଟଙ୍କା ଦେଇ କିଣି ନେଉଛନ୍ତି ମାଫିଆ ।
ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡ଼ା ଗ୍ରାମ ନିକଟରେ ।
ରତ୍ନପଥର ରାଜ୍: ଏହି ରତ୍ନ ପଥର ମିଶ୍ରିତ ମାଟି କେଉଁଠାରୁ ଉତ୍ତୋଳନ କରି ଆଣି ଏହି ନିର୍ମାଣଧିନ ରାସ୍ତାରେ ପକାଯାଇଛି ସେ ସମ୍ପର୍କରେ କେହି ମୁହଁ ଖୋଲୁନାହାଁନ୍ତିା
ବାସ୍ତବରେ ଏସବୁ କେଉଁ ଶ୍ରେଣୀର ରତ୍ନପଥର ଓ ସଠିକ ମୂଲ୍ୟ କେତେ ତାହାର ଯାଞ୍ଚ ପାଇଁ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଁଚି ନଥିବା ଜଣାଯାଇଛି।
ମାମଲା କ’ଣ: ସୂଚନା ମୁତବକ ଖୁଣ୍ଟିଆପଡ଼ା ଗାଁରେ ରାସ୍ତା ନିର୍ମାଣ କାମ ଚାଲିଛି । ଠିକାଦାର ହାଇୱା ଦ୍ୱାରା ମାଟି ଆଣି ରାସ୍ତାରେ ପକାଇଥିଲେ ।
ଆଉ ଗାଁ ଲୋକ ସେଇ ମାଟିରେ ପ୍ରଥମେ ରତ୍ନପଥର ଦେଖିବାକୁ ପାଇଥିଲେ । ଆଉ ତାପରେ ଆରମ୍ଭ ହୋଇ ଯାଇଥିଲା ରତ୍ନପଥର ଖୋଳି ସଂଗ୍ରହ କରିବାକୁ ଏକ ପ୍ରକାର ପ୍ରତିଯୋଗିତା ।
ଆଉ ଏହାର ଫାଇଦା ଉଠାଇ କିଛି ପଥର କଳା ବ୍ୟବସାୟର ଶାଗ ମାଛ ମୂଲରେ କିଲୋ ପିଛା ୨୫୦୦ରୁ ୩ ହଜାର ଟଙ୍କା ଦେଇ ନେଇଯାଉଛନ୍ତିା