ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା। ଆଉ ୩ଟି ପଦକ୍ଷେପ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା।
ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ନେଇ ଦେଲେ ସୂଚନା। ‘ଶୁଣ ସୁଭଦ୍ରାରେ କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ। ଯୋଗାଯୋଗ କରି ଋଣ କେମିତି ନେବେ ଜାଣି ପାରିବେ।
କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ ଡାଏଲ୍ କରି ଅସୁବିଧା ବୁଝିବ। ସୁଭଦ୍ରା ସେତୁ ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା।’
ମହିଳାଙ୍କର ବିକାଶ ପାଇଁ ସୁଭଦ୍ରା ଯୋଜନା- ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି । ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ବୋଲି ମୋହନ ମାଝୀ କହିଛନ୍ତି ।
ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ କଦାଚିତ ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ନାହିଁ । ସର୍ଭେ ଜାରି ରହିଥିବା ବେଳେ ଖୁବଶୀଘ୍ର ହିତାଧିକାରୀଙ୍କୁ ଟଙ୍କା ଦିଆଯିପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏନେଇ ଗଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ।