ଲିଭ୍‌-ଇନ ରିଲେସନସିପର ହେବ ରେଜିଷ୍ଟ୍ରେସନ, ପୋର୍ଟାଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଲିଭ୍‌-ଇନ୍ ରିଲେସନସିପ୍ ସହ ଜଡିତ ପିଟିସନରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ସରକାରଙ୍କୁ ଏକ ପୋର୍ଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ: ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ଏପରି ପୋର୍ଟାଲ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ଲିଭ୍‌-ଇନ୍ ସଂପର୍କର ରେଜିଷ୍ଟ୍ରେସନ କରାଯାଇପାରିବ ।

ଲିଭ୍‌-ଇନ୍ ସହ ଜଡ଼ିତ ପିଟିସନ ଗୁଡ଼ିକ ଉପରେ ଶୁଣାଣି ସମୟରେ ରାଜସ୍ଥାନ ହାଇକୋର୍ଟଙ୍କ ଜଜ ଅନୁପ କୁମାର ଢଣ୍ଡ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଏପରି ଆଇନ ନ ତିଆରି ହୋଇଛି ସେପର୍ଯ୍ୟନ୍ତ ଲିଭ୍‌-ଇନ ସଂପର୍କକୁ ସକ୍ଷମ ଅଥରିଟି ବା ଟ୍ରିବୁନାଲ ପାଖରେ ରେଜିଷ୍ଟର ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ସଂପୂର୍ଣ୍ଣ ମାମଲା ବିଷୟରେ..

କୋର୍ଟ କଣ କହିଲେ: କୋର୍ଟରେ ଆବେଦନ କରାଯାଇଥିବା ପିଟିସନରେ ଲିଭ୍‌-ଇନ ପାର୍ଟନରଙ୍କୁ ସୁରକ୍ଷା ଦେବା ଲାଗି ଦାବି କରାଯାଇଥିଲା । ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଅନେକ ଯୋଡ଼ି ଲିଭ୍‌-ଇନରେ ରହୁଛନ୍ତି ।

ଅର୍ଥାତ ଏହି ସଂପର୍କକୁ ସ୍ୱୀକାର ନ କରାଯିବାର କାରଣ ଏହି ଯୋଡିଙ୍କୁ ନିଜ ପରିବାର ତଥା ସମାଜର ଅନ୍ୟ ଲୋକଙ୍କର ବିପଦ ରହିଛି । ଏହି କାରଣରୁ ସେମାନଙ୍କୁ ରିଟ ପିଟିସନ ଦାଖଲ କରି କୋର୍ଟ ଦ୍ୱାରସ୍ତ ହେବାକୁ ପଡୁଛି ଏବଂ ଜୀବନର ସ୍ୱାଧୀନତା ମାଗିବାକୁ ପଡୁଛି ।

ୱେବସାଇଟ ପୋର୍ଟାଲ ଆରମ୍ଭ କରାଯାଉ: କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଲିଭ୍‌-ଇନ ସଂପର୍କକୁ ପଞ୍ଜୀକରଣ ମାମଲାକୁ ଯାଞ୍ଚ କରିବା ଲାଗି ଏକ ସମିତି ଗଠିନ କରାଯାଉ, ଯାହା ଏପରି ଯୋଡିମାନଙ୍କ ଅଭିଯୋଗ ଏବଂ ସେମାନଙ୍କ ସମସ୍ୟାକୁ ଅନୁଧ୍ୟାନ କରିବ ।