‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ଜାରି ହେଲା ଗାଇଡଲାଇନ

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ସରକାର ଜାରି କଲେ ମାର୍ଗଦର୍ଶିତା

ଭୁବନେଶ୍ୱର: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ସରକାର ମାର୍ଗଦର୍ଶିତା ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିବାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ।

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ଗାଇଡଲାଇନ ସମସ୍ତ ଜିଲ୍ଲାପାଳମାନଙ୍କୁ ପଠାଇଲା ବିଭାଗ । ଗ୍ରାମସଭା ଜରିଆରେ ପ୍ରକଳ୍ପ ତାଲିକା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଫେବୃଆରୀ ୧୪ ଭିତରେ ତାଲିକା ଫାଇନାଲ କରିବାକୁ ନିର୍ଦ୍ଦେଶ ।

ପଞ୍ଚାୟତଗୁଡ଼ିକର ୫ ବର୍ଷିଆ ପ୍ଲାନ ଆସନ୍ତା ୧୫ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।