(Video): ଭାତ- ତରକାରୀରେ ପୋକ, ଆମେ ଖାଇବୁ କ’ଣ… ନ୍ୟାୟ ଆଶାରେ ୧୦ କି.ମି ପଦଯାତ୍ରା

ସ୍କୁଲରେ ଦୀର୍ଘ ୮ ମାସ ହେଲା ନିମ୍ନ ମାନର ଖାଦ୍ୟ ଦିଆଯାଉଥିଲା। ପ୍ରତିବାଦରେ ପଦଯାତ୍ରା କରିଥିଲେ ପ୍ରାୟ ୩୦ ରୁ ୪୦ ଜଣ ଛାତ୍ରୀ ।

ନବରଙ୍ଗପୁର: “ମିଡ୍ ଡେ ମିଲ୍’ର ଦେଖିବାକୁ ମିିଳିଛି ବିକଳ ଚିତ୍ରା

ସ୍କୁଲରେ ଦୀର୍ଘ ୮ ମାସ ହେଲା ନିମ୍ନ ମାନର ଖାଦ୍ୟ ଦିଆଯାଉଥିଲା ।

ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲୋ ଶେଷରେ ସମସ୍ୟାର ସମାଧାନ ପାଇଁ ଚାଲିଲେ ପ୍ରାୟ ୧୦ କିଲୋମିଟର ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ବୁର୍ଜା ପଞ୍ଚାତରରେ ।

ନିମ୍ନମାନର ଭୋଜନ: ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟ, ବୁର୍ଜାରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଉକ୍ତ ଗ୍ରାମର କସ୍ତୁରବା ବାଳିକା ହଷ୍ଟେଲରେ ରହୁଥିଲେ ।

ଦୀର୍ଘ ୮ ମାସ ହେଲା ଏହି ହଷ୍ଟେଲରେ ପରସା ଯାଉଥିବା ଖାଦ୍ୟ ଏତେ ନିମ୍ନମାନର ଯେ ଭାତ ଆଉ ତରକାରୀରେ ଖାଲି ପୋକ ଦେଖା ଯାଉଥିଲା ଯାହାକୁ ଦେଖିଲେ ବି ଘୃଣା ଲାଗୁଥିଲ।।

ସମାଧାନ ନାଁରେ ଆଶ୍ୱାସନା: ଏହି ସମସ୍ୟା ନେଇ ହଷ୍ଟେଲର ଛାତ୍ରୀମାନେ ବିଭିନ୍ନ ସମୟରେ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ କିନ୍ତୁ ଅତି ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ସମସ୍ତେ କେବଳ ଆଶ୍ୱାସନା ଦେଉଥିଲେ ।

ଚାଲିଲେ ୧୦ କିଲୋମିଟର: ଉଚ୍ଚ ଅଧିକାରୀଙ୍କ ଅବହେଳା ଦେଖି ଶେଷରେ ନ୍ୟାୟ ଆଶାରେ ଅଭିଯୋଗ ପାଇଁ ଉମରକୋଟ ଥାନା ଅଭିମୁଖେ ପଦଯାତ୍ରା କରିଥିଲେ ପ୍ରାୟ ୩୦ ରୁ ୪୦ ଜଣ ଛାତ୍ରୀ । ସେମାନେ ପ୍ରାୟ ୧୦ କିଲୋମିଟର ଚାଲିଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।

ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ଘଟଣା ବିଷୟରେ ଜାଣି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝା ସୁଝା କରି ସ୍କୁଲକୁ ଫେରାଇବାରେ ସଫଳ ହେଇଥିଲେ ।

ତେବେ ଏହି ଘଟଣାରେ ଯିଏ ବି ଦୋଷୀ ଥାଉ ନା କାହିଁକି ତାଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ ।

ଘଟଣାକୁ ଗମ୍ଭୀରତାର ସହ ନେଇ ନ୍ୟାୟ ପାଇଁ ସାଧାରଣରେ ଦାବି ହେଉଛି ।