(video)ବଡ଼ ଶିକାର କରିବାକୁ ଯାଇ ପ୍ରାଣ ହରାଇଲା ବିଶାଳକାୟ ଅଜଗର
ଲୋଭ ସାଜିଲା କାଳ। ବଡ଼ ଶିକାର କରିବାକୁ ଯାଇ ନିଜେ ପ୍ରାଣ ହରାଇଲା ଅଜଗର। ପ୍ରଖର ପାଣି ସୁଅରୁ ନିଜକୁ ବଞ୍ଚାଇପାରିଲା ନାହିଁ। ଭିଡ଼ିଓ ଭାଇରାଲ।
ଉତ୍ତରପ୍ରଦେଶ: ଶିକାର କରିବାକୁ ଯାଇ ନିଜେ ଫସିଗଲା ବିରାଟ କାୟ ଅଜଗର। ପ୍ରଖର ପାଣି ସ୍ରୋତରୁ ନିଜକୁ ବଞ୍ଚାଇ ପାରିଲା ନାହିଁ। ବଡ଼ ଶିକାର ଲୋଭରେ ନିଜର ଜୀବନ ହାରିଲା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ହଁ ଆପଣମାନେ ଛୋଟବେଳେ ଏକ ଗପ ଶୁଣିଥିବେ କି ଅତି ଲୋଭରୁ ତନ୍ତି ମରେ। ଅର୍ଥ ଅଧିକ ଲୋକ ଦିନେ ଅନର୍ଥର କାରଣ ସାଜେ। ଆଉ ଏବେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ।
ଲୋଭରୁ ମୃତ୍ୟୁ: ଦୃଶ୍ୟ ହେଉଛି ଏକ ଅଜଗରର। ଯିଏକି ଏକ ବଡ଼ ଗାଇର ଶିକାର କରିବାକୁ ଯାଇଥିଲା। ହେଲେ ନିଜର ଜୀବନ ହରାଇଲା। ଅବଶ୍ୟ ସେ ତାର ଖାଦ୍ୟ ସଂଗ୍ରହରେ ଲାଗିଥିଲା।
କିନ୍ତୁ ଅଜଗରଟିର ବଡ଼ ଗାଇ ଦେଖି ଅଧିକ ଲୋଭ ହୋଇଥିଲା। ସେଥିପାଇଁ ପ୍ରଖର ପାଣି ସୁଅକୁ ଖାତିର ନକରି ଶୀକାର ଆଶାରେ ଡ୍ୟାମର ମୁହାଣକୁ ଚାଲିଯାଇଥିଲା।
କିନ୍ତୁ ପାଣିର ସୁଅ ଏତେ ଥିଲା ଯେ, ନା ଅଜଗରଟି ନିଜର ଶିକାରକୁ ଖାଇ ପାରିଲା ନା ପାଣି ଭିତରୁ ନିଜେ ବାହାରି ପାରିଲା। ଅନେକ ସଂଘର୍ଷ ପରେ ଶେଷରେ ଅଜଗରଟିର ଜୀବନ ଚାଲିଗଲା।
ହୁଏତ ଘଟଣାଟି ଆପଣଙ୍କୁ କାହାଣୀ ପରି ଲାଗୁଥାଇପାରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ପାଖରେ ଥିବା ଲୋକ ଏହି ଦୃଶ୍ୟର ସମ୍ପୂର୍ଣ୍ଣ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲୋେ।
View this post on Instagram
ଭିଡ଼ିଓରେ କମେଣ୍ଟ: ତେବେ ଏହି ଭିଡ଼ିଓଟି ସେୟାର ହେବା ପରେ ଏହାକୁ ଅନେକ ଲୋକ ଦେଖିସାରିଲେଣି। ଏବଂ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି। ପରେ ପାଖରେ ଥିବା ଲୋକ ଘଟଣା ସମ୍ପର୍କରେ ବନବିଭାଗକୁ ଖବର ଦେଇଥିଲେ।
ସୂଚନା ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥିତିର ଆକଳନ କରିବା ପରେ ଜଣାଇଥିଲେ ପାଣିର ପ୍ରଖର ସ୍ରୋତ କାରଣରୁ ଅଜଗରର ବଞ୍ଚିବାର ସମ୍ଭାବନା ନଥିଲା। ପରେ ପାଣି ଭିତରୁ ଅଜଗରଟିକୁ ବାହାର କରିଥିଲେ ବନବିଭାଗ।