Breaking: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବୈଦେଶୀକ ମନ୍ତ୍ରୀ, ଚିଠି ଲେଖି ଖୁସି ବ୍ୟକ୍ତ କଲେ ଜୟଶଙ୍କର

ଭୁବନେଶ୍ୱର: ବୈଦେଶୀକ ମନ୍ତ୍ରୀ ଏସ୍. ଜୟଶଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି ଚିଠି ।

ଚିଠିରେ ଜୟଶଙ୍କର ମୋହନଙ୍କ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ଚଳିତବର୍ଷର ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ସୁନ୍ଦର ପ୍ରସ୍ତୁତି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବୈଦେଶୀକ ମନ୍ତ୍ରୀ ।

ପ୍ରବାସୀ ଭାରରତୀୟ ଦିବସରେ ସାମିଲ ହୋଇଥିବା ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ ନେଇ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଅତିଥି ଚର୍ଚ୍ଚାକୁ ନେଇ ପଜିଟିଭ୍ ଫିଡ୍ବ୍ୟାକ୍ ମଧ୍ୟ ଦେଇଛନ୍ତି ।

ଭବିଷ୍ୟତରେ ଏ ପ୍ରକାର ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉପରେ ଗୁରୁତ୍ୱ ଦେବୁ ବୋଲି ଚିଠି ଜରିଆରେ କହିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍. ଜୟଶଙ୍କର ।