ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ମୋଦୀ, ରାଷ୍ଟ୍ରପତିଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ
"କଂଗ୍ରେସର ପୁରୁଣା ଅଭ୍ୟାସ sc,st,obc ମାନଙ୍କୁ ନିଚ୍ଚ ଦେଖାଇବା"। ରାଷ୍ଟ୍ରପତି ଓଡ଼ିଆ ହୋଇ ମଧ୍ୟ ତାଙ୍କର ହିନ୍ଦୀ ଭାଷଣ ଆମ ମାନଙ୍କ ପାଇଁ ପ୍ରେରଣାଦାୟୀ। ତାଙ୍କୁ ଅପମାନ କରିଥିବା କଂଗ୍ରେସ ରାଜପରିବାର କ୍ଷମା ମାଗନ୍ତୁ 'ମୋଦୀ'।
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ପରେ ସରଗରମ ରାଜନୀତି। ରାଷ୍ଟ୍ରପତିଙ୍କୁ Poor Lady କହି କରିଥିଲେ ତାତ୍ସଲ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଉଚିତ୍ ଜବାବ।
“କଂଗ୍ରେସର ପୁରୁଣା ଅଭ୍ୟସ ଦଳିତ ଏସସି,ଏସଟି,ଓବିସିଙ୍କୁ ନିମ୍ନ ଚକ୍ଷୁରେ ଦେଖିବା”। ରାଷ୍ଟ୍ରପତି ଜଣେ ଆଦିବାସୀ ହୋଇ ମଧ୍ୟ, ତାଙ୍କର ମାତୃଭାଷା ଓଡ଼ିଆ ହୋଇଥିବା ସତ୍ତ୍ୱେ। ସେ ହିନ୍ଦୀରେ ଏକ ପ୍ରେରଣାଦାୟୀ ଭାଷଣ ଦେଇଥିଲେ। ଯାହା ଆମର ଭବିଷ୍ୟତର ଆକାଂକ୍ଷାକୁ ଆଚ୍ଛାଦିତ କରିଥିଲା।
ମୋଦୀଙ୍କ ଟାର୍ଗେଟରେ ଗାନ୍ଧୀ ପରିବାର: ତେବେ ଆଜି ସଂସଦରେ ଭାଷଣ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏବଂ ତାଙ୍କ ଭାଷଣକୁ କଟାକ୍ଷ କରିଥିଲେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ।
ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। କଂଗ୍ରେସକୁ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋନିଆଙ୍କୁ ଟାର୍ଗେଟ କରିଛନ୍ତି।
ଦିଲ୍ଲୀର ଦ୍ୱାରକାରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିବାକୁ ଯାଇ ମୋଦି କହିଛନ୍ତି। ରାଷ୍ଟ୍ରପତି ଓଡ଼ିଆ ହୋଇ ମଧ୍ୟ ହିନ୍ଦୀରେ ଭାଷଣ ଦେଇଛନ୍ତି। ଯାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ।
ହେଲେ ଏହାକୁ କଂଗ୍ରେସ ରାଜ ପରିବାର ନିନ୍ଦା କରିଛି। ଏପରିକି ମୋଦି କହିଛନ୍ତି ଆଜି କଂଗ୍ରେସର ରାଜପରିବାର ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ଘୋର ଅପମାନିତ କରିଛି।
ଏଥିପାଇଁ ସେ ଯଥାଶୀଘ୍ର ରାଷ୍ଟ୍ରପତିଙ୍କ ନିକଟରେ ଏବଂ ଆମର ଗରିବ ଭାଇଭଉଣୀ, ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟର ଲୋକଙ୍କ ନିକଟରେ କ୍ଷମା ମାଗିବା ଉଚିତ୍।
आज कांग्रेस के शाही परिवार ने भारत की माननीय राष्ट्रपति जी का घोर अपमान किया है। उन्हें इसके लिए जल्द से जल्द राष्ट्रपति जी के साथ ही हमारे गरीब भाई-बहनों, एससी, एसटी और ओबीसी समुदाय से माफी मांगनी चाहिए। pic.twitter.com/w2IcOPl9i6
— Narendra Modi (@narendramodi) January 31, 2025
କାହିଁକି ହେଲା ବିବାଦ: ତେବେ ଘଟଣାଟି ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣ ପରେ ତେଜିଛି। ଆଜି ସଂସଦରେ ରାଷ୍ଟ୍ରପତି ଦେଇଥିଲେ ଅଭିଭାଷଣ। ଏହି ଅଭିଭାଷଣ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି।
ହେଲେ ରାହୁଲ ଗାନ୍ଧୀ କୌଣସି ପ୍ରତିକ୍ରିୟା ନଦେଇ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ କିଛି ଆଲୋଚନା କରିଥିଲେ। ଯଦିଓ ଗାନ୍ଧୀ ପରିବାର ଏହି ବିବାଦ ସମ୍ପର୍କରେ ଗଣମାଧ୍ୟମ ସାମ୍ନାରେ କୌଣସି ମନ୍ତବ୍ୟ ଦେଇନଥିଲେ।
କିନ୍ତୁ ଯେତେବେଳେ ଗଣମାଧ୍ୟମ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖିବାକୁ ରାହୁଲ ଗାନ୍ଧୀଙ୍କୁ କହିଥିଲେ। ସେତେବେଳେ ସେ ତାଙ୍କ ମାଙ୍କ ସହ କିଛି ଆଲୋଚନା କରୁଥିଲେ।
ଯାହାକି କ୍ୟାମେରାରେ କଏଦ ହୋଇଛି। ସେଠାରେ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ।
କିନ୍ତୁ ରାହୁଲ୍ ତାଙ୍କ ମାଆଙ୍କୁ ପଚାରିଥିଲେ, ଏହା ଉପରେ କ’ଣ କହିବା। ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ। ରାହୁଲ କହିଥିଲେ, ‘ବୋରିଂ’ କହିବା। ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି। ଯାହାପରେ ଆରମ୍ଭ ହେଲା ବିବାଦ।