(Video) ପୁଣି ଭୟଙ୍କର ବିମାନ ଦୁର୍ଘଟଣା, ଅନେକଙ୍କ ଘରେ ଲଗିଗଲା ନିଆଁ, ୬ ମୃତ

ଆମେରିକାର ଏକ ପ୍ଲେନ କ୍ରାଶ ହୋଇଛି। ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୬ ଲୋକଙ୍କ ପ୍ରଣାହାନି ଘଟିଛି।

ନୂଆଦିଲ୍ଲୀ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି। ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବାର ସଙ୍ଗେ ସଙ୍ଗେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏପର୍ଯ୍ୟନ୍ତ ୬ ଜଣଙ୍କ ପ୍ରାଣହାନି ଘଟିବାର ସୂଚନା ମିଳିଛି। ଠିକ ଦୁଇ ଦିନ ତଳେ ୱାଶିଂଟନର ରୀଗନ ଜାତୀୟ ବିମାନ ବନ୍ଦର ପାଖରେ ଏକ ଯାତ୍ରୀ ଜେଟ, ସୈନ୍ୟ ହେଲିକପ୍ଟର ସଙ୍ଗେ ମାଡ଼ ହୋଇଥିଲା। ଏଥିରେ ୬୭ ଲୋକଙ୍କ ପ୍ରାଣିହାନି ଘଟିଥିଲା।

ଏଏଫପି ଏବଂ ରଏଟର୍ସ ମୁତାବକ, ବିମାନ ଏକ ସପିଂ ମଲ୍ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ନର୍ଥ-ଇଷ୍ଟ ଫିଲାଡେଲଫିଆ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଟେକ୍ ଅଫ କରିବାର ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଥିଲା।

କ୍ରାସ୍ ହେବା କାରଣରୁ ଅନେକ ବିଲ୍ଡିଂରେ ନିଆଁ ଲାଗିଯାଇଛି ଏବଂ ଅନେକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି। ଫିଲାଡେଲଫିଆ ଅଫିସ ଅଫ୍ ଇମରଜେନ୍ସି ମ୍ୟାନେଜମେଣ୍ଟ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ କରିଛି।