ବାପାଙ୍କ ମୃତ୍ୟୁର ୭ ବର୍ଷ ପରେ ଜନ୍ମ ନେଲା ପୁଅ, ପଢନ୍ତୁ ସଂପୂର୍ଣ୍ଣ ଷ୍ଟୋରୀ
ଆପଣ ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଏହା ଏକ ଏପରି କାହାଣୀ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଚିତ୍ରକୂଟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଜୀବନ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ ତାଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି।
ପୀଡ଼ିତଙ୍କୁ ଏହି ସୂଚନା ସେବେ ମିଳିଥିଲା ଯେତେବେଳେ ସେ ଏହି ଜମିକୁ ବିକ୍ରି କରିବାକୁ ବାହାରିଥିଲେ।
ପୀଡ଼ିତ ଜଣକ ଅଭିଯୋଗ ପତ୍ର ଦାଖଲ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାବି କରିଛନ୍ତି।
ଡିଏମ ଅଭିଯୁକ୍ତ ଆକାଉଣ୍ଟାଣ୍ଟଙ୍କୁ ନିଲମ୍ବିତ କରିବା ଏବଂ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତ କଲ୍ଲୁ ଓରଫ କୁନ୍ନୁ କୁଶବାହ କହିଛନ୍ତି ଯେ, ସେ ମଧ୍ୟ ପ୍ରଦେଶର ସତନା ଜିଲ୍ଲାର ନଗର କେଠୀରେ ଚାକିରି କରନ୍ତି।
ତାଙ୍କ କହିବାନୁଯାୟୀ, ଗାଁରେ ତାଙ୍କ ଜମି ଥିଲା। ଯେତେବେଳେ ସେ ଜମି ବିକ୍ରି କରିବାକୁ ବାହାରିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ।
ଯାଞ୍ଚରେ ଜଣାପଡିଲା ଯେ, ତାଙ୍କ ମୃତ୍ୟୁ ହୋଇସାରିଛି ଏବଂ ଜମି ତାଙ୍କ ପୁଅ ହଡ଼ପ କରି ନେଇଛି।
ପିତାଙ୍କ ମୃତ୍ୟୁର ୭ ବର୍ଷ ପରେ ପୁଅର ଜନ୍ମ: ପୀଡ଼ିତ କହିଛନ୍ତି ଯେ, ତାଙ୍କ ଜମି କୁଟ୍ଟୁ ରେକୱାରଙ୍କ ନାମରେ କରାଯାଇଛି। ରାଜସ୍ୱ ବିଭାଗରେ ଦର୍ଶାଯାଇଛି ଯେ, କୁନ୍ନୁ କୁଶୱାହଙ୍କୁ ୧୯୫୯ରେ ମୃତ ଦର୍ଶାଇଛନ୍ତି।
ସେହିପରି କୁଟ୍ଟୁ ରେକୱାର ନିଜେ ନିଜକୁ କୁନ୍ନୁଙ୍କ ପୁତ୍ର ବୋଲି ଦର୍ଶାଇଛନ୍ତି। ଜମା କରାଯାଇଥିବା ଡକ୍ୟୁମେଣ୍ଟରେ କୁଟ୍ଟୁଙ୍କ ଜନ୍ମ ୧୯୬୬ ବୋଲି ଦାଖଲ କରାଯାଇଛି।
ଅର୍ଥାତ ପିତାଙ୍କ ମୃତ୍ୟୁ ୧୯୫୯ ଏବଂ ପୁଅର ଜନ୍ମ ୭ ବର୍ଷ ପରେ, ୧୯୬୬ରେ ହୋଇଥିବା ଦର୍ଶାଯାଇଛି।
ପୀଡିତ ଜଣକ ଅଭିଯୋଗ କରିଛନ୍ତି ଯେ, ଆଞ୍ଚଳିକ ଆକାଉଣ୍ଟାଣ୍ଟ ମିଥ୍ୟା ରିପୋର୍ଟ ଦାଖଲ କରି ଏହି ଜମି ହଡ଼ପରେ ସହଯୋଗ କରିଛନ୍ତି। ପୀଡିତ ଏହି ଅଭିଯୋଗ ଜିଲ୍ଲାଧିକାରୀଙ୍କ ପାଖେ କରିଛନ୍ତି। ଏହାପରେ ସେହି ଅଭିଯୁକ୍ତ ଆକାଉଣ୍ଟାଣ୍ଟଙ୍କୁ ନିଲମ୍ବିତ କରି ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।