ବିଜାପୁର: ଛତିଶଗଡ଼ରେ ପୁଣିଥରେ ବଡ଼ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିମାଡ଼ରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ।
ବିଜାପୁର ଗାଙ୍ଗଲୁର ଥାନା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ସାଙ୍ଗକୁ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେଶନ ଜାରି ।
ଗୋଟିଏ ସପ୍ତାହ ପୂର୍ବରୁ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଥିଲା । ଯେଉଁଥିରେ ୧୪ ଜଣ ନକ୍ସଲଙ୍କ ମୁଣ୍ଡ ଗଡ଼ିଥିଲା ।