କୁମ୍ଭମେଳାରେ ଚିକେନ୍ ଝୋଳ ଦେଖି ତାଣ୍ଡବ କଲେ ବାବା, ଜରି ପାଲ ଉପାଡ଼ି ଫିଙ୍ଗିଦେଲେ, ଦେଖନ୍ତୁ Video
ପ୍ରୟାଗରାଜ କୁମ୍ଭମେଳାରେ ଚିକେନ୍ ତରକାରୀ କରି ଖାଉଥିଲେ । ବାବାଜୀ ପହଞ୍ଚି ଭାଙ୍ଗିଦେଲେ ଘରଦ୍ୱାର ।
ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା । ଯାହାକୁ ନେଇ ପ୍ରତ୍ୟେକ ଦେଶବାସୀଙ୍କ ମନରେ ଆଗ୍ରହ । ହଜାର ହଜାର ସାଧୁ, ନାଗାବାବା, ମାତାଜୀ କୁମ୍ଭମେଳାରେ ରହି ସାଧନା, ତପସ୍ୟା କରୁଥିବାବେଳେ ଜଣେବ୍ୟକ୍ତି ଆମିଷ ରାନ୍ଧି ଖାଉଥିବାର ଦେଖିବାକୁ ମିିଳିଛି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି । ଭିଡିଓ ଅନୁସାରେ, ଜରିପାଲ ଘରେ ପଶି ଜଣେ ବାବା ଆଉ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଏହାଛଡ଼ା ଗୋଟିଏ ଖାଲି ପାତ୍ର ସେଠାରେ ପଡ଼ିଥିବାବେଳେ କୁକୁଡ଼ା ତରକାରୀ ତଳେ ବିଞ୍ଚି ହୋଇ ପଡ଼ିଥିବାର ଦେଖିବାକୁ ମିଳିଛି ।
କେତେଜଣ ସେଠାରେ ଛିଡ଼ା ହୋଇ, ଚିକେନ୍ ରୋଷେଇ କରିଥିବା ବ୍ୟକ୍ତିଙ୍କୁ ଏପରି ନ କରିବା ପାଇଁ କହିଥିଲେ । ହେଲେ ବାବାଜୀ ଜଣକ ରାଗିଯାଇ ଉକ୍ତ ବ୍ୟକ୍ତିଙ୍କୁ ଗୋଇଠା, ବିଧା ମାରିବା ସହ ତାଙ୍କ ଜରି ପାଲ ଘର ଓପାଡ଼ି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ଭିଡିଓକୁ ଦେଖିବା ପରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କିଛି ଲୋକ ଚିକେନ୍ ଝୋଳ କରିଥିବା ଲୋକଙ୍କୁ ଦାୟୀ କରିଥିବାବେଳେ କିଛି ଜଣ ବାବାଜୀଙ୍କ ରାଗିଯାଇ ଘର ଭାଙ୍ଗିଦବା କାର୍ଯ୍ୟକୁ ନିନ୍ଦା କରୁଛନ୍ତି ।
पवित्र कुम्भ में मुर्गा मीट बना कर खा रहा था
*बाबा जी ने उसका भरता बना दिया*😐😐 pic.twitter.com/L47j3QSG8L
— ocean jain (@ocjain4) February 1, 2025