ପାକିସ୍ତାନ କାମରେ ହସୁଛି ସାରା ବିଶ୍ୱ, ପଡ଼ିଆ ଚାରିପାଖେ ଖୋଳିଲା ଗାଡ଼
ସୋସିଆଲ ମିଡିଆରେ ପାକିସ୍ତାନର ଉଡ଼ିଲା ମଜାକ୍ । ପଡ଼ିଆ କଡ଼ରେ ତିଆରି କଲା ବଙ୍କର ।
କରାଚୀ: ପାକିସ୍ତାନର ଅବସ୍ଥା ବର୍ତ୍ତମାନ ସମୟରେ ଶୋଚନୀୟ ହୋଇପଡ଼ିଛି । ଚୀନଠାରୁ କରଜ କରି ଚଳୁଥିବା ପାକିସ୍ତାନରେ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ମ୍ୟାଚ୍ । ଯାହାକୁ ନେଇ ଦେଶରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ପାକିସ୍ତାନ ଗଦ୍ଦଫି ଷ୍ଟାଡିୟମରେ ହେବାକୁ ଯାଉଛି ୨ଟି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍ । ଯାହାପାଇଁ ଷ୍ଟାଡିୟମର ରୂପରେଖ ବଦଳାଇବାକୁ ସରକାର ଅଣ୍ଟା ଭିଡିଛନ୍ତି । ଗଦ୍ଦଫି ଷ୍ଟାଡିୟମରେ ବିଚିତ୍ର ଜିନିଷ କରି ପାକିସ୍ତାନ ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏହାର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।
ଗ୍ରାଉଣ୍ଡ ଚାରିପାଖ ଖାଇ ଖୋଳିଛି ପାକିସ୍ତାନ । ଏହା ପଛର ରହସ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ଆଲୋଚନା ମୁତାବକ ଗ୍ରାଉଣ୍ଡ ମଧ୍ୟକୁ ଲୋକଙ୍କ ଅନୁପ୍ରବେଶ ରୋକିବା ଦିଗରେ ଏପରି ଖାଇ ନିର୍ମାଣ କରାଯାଇଛି ।
ତେବେ ପାକିସ୍ତାନର ଏ ପ୍ରକାର ପଦକ୍ଷେପକୁ ସୋସିଆଲ ମିଡିଆରେ ଲୋକେ ମଜା କରିବା ଆରମ୍ଭ କରିଛନ୍ତି । ୟୁଜର୍ସଙ୍କ ମତରେ ମ୍ୟାଚରେ ପାକିସ୍ତାନର ପରାଜୟ ସୁନିଶ୍ଚିତ । ପାକିସ୍ତାନୀଙ୍କ ମନୋରଞ୍ଜନ ପାଇଁ ସେହି ଗାଡ଼ରେ କୁମ୍ଭୀର ଛାଡ଼ିଦେଲେ ଭଲ ହୁଅନ୍ତା ବୋଲି କହିବା ଆରମ୍ଭ କରିଛନ୍ତି ।
ଫେବୃଆରୀ ୯ ତାରିଖରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଅଛି । ମ୍ୟାଚ୍ ଜିତିବା ନେଇ ପାକିସ୍ତାନ ଆଶାୟୀ ରହିଛି ।