(Video) ଜେଲରେ ସ୍ୱାମୀ, ପ୍ରେମିକ ସହ ରହୁଥିଲା ସ୍ତ୍ରୀ… ତାତିଲେ ଗାଁ ମାଇପେ, ମହିଳାଙ୍କ ଶାଢ଼ୀ ଖୋଲି…
ପର ପୁରୁଷ ସହ ଭାଉଜର ରହଣୀ ସହି ପାରୁ ନ ଥିଲା ଦିଅର । ବନ୍ଧୁ ବାନ୍ଧବଙ୍କ ସହ ମିଶି କଲା ଏମିତି କାଣ୍ଡ ।
ଅହମଦାବାଦ୍: ଗୁଜୁରାଟର ଆଦିବାସୀ ବହୁଳ ହାହୋଦ ଜିଲ୍ଲାରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ଅନ୍ୟ ଜଣେ ପୁରୁଷଙ୍କ ପ୍ରେମ ସମ୍ପର୍କରେ ଥିବା ଜାଣିପାରି ଗାଁର କେତେଜଣ ସ୍ତ୍ରୀ ଲୋକ ମହିଳାଙ୍କୁ ମାଡ଼ ମାରିଛନ୍ତି ।
ଖାଲି ମାଡ଼ ନୁହେଁ, ମହିଳାଙ୍କ ଶାଢ଼ୀ ଖୋଲି ତାଙ୍କୁ ବାଇକ ପଛରେ ଲୁହା ସିକୁଳିରେ ବାନ୍ଧି ଗାଁ ସାରା ପରେଡ୍ କରେଇଥିବାର ଦେଖିବାକୁ ମିଳିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି ।
ଜେଲରେ ସ୍ୱାମୀ: ପୀଡ଼ିତାଙ୍କ ବୟାନ ଆଧାରରେ, ଗାଁର ୧୫ ଜଣ ସ୍ତ୍ରୀ ଲୋକଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କ ସ୍ୱାମୀ ଏକ ହତ୍ୟା ମାମଲାରେ ଜେଲରେ ଥିବା ଜଣାପଡ଼ିଛି ।
ବାପ ଘର ଛାଡିଥିଲା: ୩୫ ବର୍ଷୀୟା ମହିଳା ସେହି ଗାଁର ଗୋବିନ୍ଦ ଲାଲ ସିଂଭାଇ ରାଥୋଡଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ୨୮ ତାରିଖରେ ମହିଳା ଜଣକ ଗୋବିନ୍ଦଙ୍କ ଘରକୁ ଯାଇଥିଲେ । ସେ ସମୟରେ କିଛି ଲୋକ ଗୋବିନ୍ଦଙ୍କ ଘର ଭିତରେ ପଶି ମହିଳାଙ୍କୁ ବାହାରକୁ ଟାଣି ଆଣି ତାଙ୍କୁ ମାଡ଼ ମାରିବା ସହ ଲଙ୍ଗଳା କରି ରାସ୍ତାରେ ବୁଲେଇଥିବା ପୋଲିସ କହିଛି ।
ଶ୍ୱଶୁର ଘରେ କଳି ଝଗଡ଼ା ଯୋଗୁ ମହିଳା ଜଣକ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ୨-୩ ମାସ ପୂର୍ବେ ମହିଳାଜଣକ ବାପା ମା’ଙ୍କୁ ଛାଡ଼ି ପ୍ରେମିକ ଗୋବିନ୍ଦ ପାଖକୁ ଆସି ରହୁଥିଲେ ।
ଏକଥାରେ ଦିଅର ରାଗିଯିବା ସହ ନିଜ ସମ୍ପର୍କୀୟ ୧୫ ଜଣଙ୍କୁ ନେଇ ଗୋବିନ୍ଦଙ୍କ ଘରେ ପଶିଥିଲେ । ଅଭିଯୋଗ ପରେ ସ୍ଥାନୀୟ ପୋଲିସ ସମ୍ପୃକ୍ତ ୧୫ ଜଣଙ୍କୁ ଗିରଫ କରିନେଇଛି । ଏଥିସହ ଘଟଣାର ତଦନ୍ତ ଚଳାଇଛି ।
#गुजरात के #दाहोद जिले में प्रेमी संग कमरे मे मिली 35 वर्ष की एक विवाहिता । भीड़ ने विवाहिता को अर्धनंगन कर बाइक से घसीटा । pic.twitter.com/2WrOmImH7e
— Anirudh vishwakarma Journalist Political critic (@anirudhvish65) February 1, 2025