ବିବାହ ବରଯାତ୍ରୀରେ ଆଶ୍ଚର୍ଯ୍ୟ…ଭୋଜି ଖାଇ ଛଟପଟ ହେଲେ 40 ବରଯାତ୍ରୀ, କନ୍ୟାଯାତ୍ରୀ ପୁରା ଫିଟ୍..ଜାଣନ୍ତୁ କଣ ଟ୍ବିଷ୍ଟ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଜାହାଙ୍ଗୀରବାଦ ଥାନା ଅଞ୍ଚଳର ରାମଗଢ଼ି ଗାଁରୁୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହ ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ଜଣାପଡିଛି । ପ୍ରାୟ 40 ଜଣ ବାନ୍ତି ଏବଂ ଝାଡାର ଶିକାର ହୋଇଛନ୍ତି ।
ଯେଉଁଥିରୁ 20 ଜଣ ରୋଗୀଙ୍କୁ ଜାହାଙ୍ଗୀରାବାଦ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପ୍ରଶାସନ ମଧ୍ୟ ନଜର ରଖିଛି ।
ଏହି ଘଟଣା ଉପରେ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ମଞ୍ଜୁ ଅଗ୍ରୱାଲ କହିଛନ୍ତି ଯେ, ବିବାହ ଶୋଭାଯାତ୍ରା ରାମଗଢ଼ି ଗାଁରୁ ରସୁଲପୁର ଯାଇଥିଲା। ତେବେ ଭାଜି ଖାଇ ଫେରିବା ପରେ ସମସ୍ତଙ୍କୁ ଝାଡା ବାନ୍ତି ହୋଇଥିଲା । ଏହାପରେ ଖାଦ୍ୟରେ ବିଷ ଥିବା ଅଭିଯୋଗ ହୋଇଥିଲା ।
ଏହାପରେ ସ୍ଥାନୀୟ ପ୍ରଶାସନ ରିଲିଫ୍ ପାଇଁ ୧୮ ଜଣିଆ ଡାକ୍ତରଙ୍କ ଦଳ ନିୟୋଜିତ କରାଯାଇଥିଲା ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ବର୍ତ୍ତମାନ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି ।
ଇତିମଧ୍ୟରେ, ଖାଦ୍ୟ ସୁରକ୍ଷା ବିଭାଗ ବିବାହରେ ପରିବେଷଣ ହୋଇଥିବା ଖାଦ୍ୟର ନମୁନା ନେଇ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବିବାହରେ ଗାଜର ହାଲୱା, ରସଗୋଲା, ପୁରୀ ଏବଂ ତରକାରୀ ପରିବେଷଣ କରାଯାଇଥିଲା ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉଭୟ ପକ୍ଷର ପ୍ରାୟ 400 ଜଣ ବିବାହରେ ଯୋଗ ଦେଇଥିଲେ । କିନ୍ତୁ କେବଳ 80 ଜଣ ଅସୁସ୍ଥ ହୋଇଥିଲେ, ଯେଉଁଥିରେ କନ୍ୟା ପକ୍ଷର କେହି ସାମିଲ ନଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।