ଜିତ୍ ଆଦାନୀ କଲେ ମଙ୍ଗଳ ସେବା, 21 ଦିବ୍ୟାଙ୍ଗ ମହିଳାଙ୍କୁ ଦାନ କରିଦେଲେ…

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଖୁବ୍‌ଶୀଘ୍ର ଦିଭା ଜୈମିନ ଶାହଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଉଭୟ ଫେବୃଆରୀ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ।

ଜିତ ଆଦାନୀ ଏବଂ ଦିବା ଜୈମିନ ଶାହ ବୁଧବାର ଦିନ ସେମାନଙ୍କର ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ମଙ୍ଗଳ ସେବା କରିଥିଲେ । ଜିତ ଆଦାନୀ ଅହମ୍ମଦାବାଦର ତାଙ୍କ ଘରେ ୨୧ ଜଣ ନବବିବାହିତା ବିକଳାଙ୍ଗ ମହିଳା ଏବଂ ସେମାନଙ୍କ ସ୍ୱାମୀଙ୍କୁ ଭେଟି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଗୌତମ ଆଦାନୀ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଗୌତମ ଆଦାନୀ X ରେ ଲେଖିଛନ୍ତି, ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ମୋ ପୁଅ ଜିତ ଏବଂ ବୋହୂ ଦିବା ଏକ ଧାର୍ମିକ ସଂକଳ୍ପ ସହିତ ସେମାନଙ୍କର ବୈବାହିକ ଜୀବନ ଆରମ୍ଭ କରୁଛନ୍ତି । ଜିତ୍ ଏବଂ ଦିବା ପ୍ରତିବର୍ଷ 500 ଦିବ୍ୟାଙ୍ଗ ଭଉଣୀଙ୍କୁ ସେମାନଙ୍କ ବିବାହରେ ଆର୍ଥିକ ସହାୟତା ଦେବେ । ପ୍ରତ୍ୟେକଙ୍କୁ 10 ଲକ୍ଷ ଦେବା ନେଇ ସଂକଳପ କରିବା ସହିତ ମଙ୍ଗଳ ସେବା କରିଥିଲେ । ଜଣେ ପିତା ଭାବରେ, ଏହି ‘ମଙ୍ଗଳ ସେବା’ ମୋ ପାଇଁ ବହୁତ ସନ୍ତୋଷ ଏବଂ ସୌଭାଗ୍ୟର ବିଷୟ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଧାର୍ମିକ ପ୍ରୟାସ ସହିତ, ଅନେକ ଦିବ୍ୟାଙ୍ଗ ଝିଅ ଏବଂ ସେମାନଙ୍କ ପରିବାରର ଜୀବନ ସୁଖ, ଶାନ୍ତି ଏବଂ ସମ୍ମାନ ସହିତ ଆଗକୁ ବଢ଼ିବ ।

ଜିତ ଆଦାନୀ ଏବଂ ଦିବା ଜୈମିନ ଶାହ ୨୦୨୩ ମସିହାରେ ନିର୍ବନ୍ଧ କରିଥିଲେ। ଦିଭାଙ୍କ ପରିବାର ସୁରଟର ପାରମ୍ପରିକ ହୀରା ବ୍ୟବସାୟ ସହିତ ଜଡିତ। ଜିତ ଆଦାନୀ ବର୍ତ୍ତମାନ ଆଦାନୀ ବିମାନବନ୍ଦର ହୋଲ୍ଡିଂର ନିର୍ଦ୍ଦେଶକ। ଏହା ଭାରତର ସର୍ବବୃହତ ବିମାନବନ୍ଦର ଭିତ୍ତିଭୂମି କମ୍ପାନୀ। ବର୍ତ୍ତମାନ, ଆଦାନୀ ବିମାନବନ୍ଦର ଦେଶର 8ଟି ବିମାନବନ୍ଦର ପରିଚାଳନା କରୁଛି ।