ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା । ୬ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
କେନ୍ଦୁଝର, ଗଞ୍ଜାମଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କେରାପୁଟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ।
ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ଘନ କୁହୁଡ଼ି ଆଶଙ୍କା । ୮ ତାରିଖ ପର୍ଯ୍ୟନ୍ତ ୪ ଜିଲ୍ଲାକୁ ଘନ କୁହୁଡ଼ି ନେଇ ଚେତାବନୀ ।
ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧାରେ ଘନ କୁହୁଡ଼ି ଆଶଙ୍କା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।