ବୋମାମାଡ଼ରେ ଜଣେ ଗୁରୁତର, ପୂର୍ବଶତ୍ରୁତା ସନ୍ଦେହ

ନୟାଗଡ଼: ରଣପୁର ଥାନା ରାଜସୁନାଖଳାରେ ବୋମାମାଡ଼ । ଏହି ବୋମାମାଡ଼ରେ ଜଣେ ବ୍ୟବସାରୟୀ ଗୁରୁତର ଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।