‘ଆଧାରକାର୍ଡ ଅନୁଯାୟୀ କରାଯିବନି ବୟସ ନିର୍ଦ୍ଧାରଣ’, ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ସୁପ୍ରିମକୋର୍ଟ ୧୩୦ କୋଟି ଆଧାରକାର୍ଡଧାରୀଙ୍କୁ ଝଟକା ଦେଇଛନ୍ତି!
ନୂଆଦିଲ୍ଲୀ: ଏକ ସଡ଼କ ଦୁର୍ଘଟଣାରେ ଜଣେ ପୀଡିତଙ୍କ ବୟସର ନିର୍ଦ୍ଧାରଣ ଆଧାରକାର୍ଡ ମାଧ୍ୟମରେ କରିଥିଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଏହି ଶୁଣାଣିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସ୍କୁଲ ସାର୍ଟିଫିକେଟ ଭଳି ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଅଧିକ ବିଶ୍ୱସନୀୟ।
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏମଏସିଟି ନିଷ୍ପତ୍ତିକୁ ପରିବର୍ତ୍ତନ କରି ମୃତକଙ୍କ ବୟସର ନିର୍ଦ୍ଧାରଣ ଆଧାରକାର୍ଡ ଅନୁଯାୟୀ ୪୭ ବର୍ଷ କରିଥିଲେ ଏବଂ ଅନୁକମ୍ପା ରାଶିକୁ ହ୍ରାସ କରି ୯.୨୨ ଲକ୍ଷ କରିଦେଇଥିଲେ।
ହେଲେ ସୁପ୍ରିମକୋର୍ଟ ମୃତକଙ୍କ ସଂପର୍କୀୟଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିଲେ।
ବିଚାରପତି ସଞ୍ଜୟ କରିଲ ଏବଂ ବିଚାରପତି ଉଜ୍ୱଳ ଭୁଇଁୟାଙ୍କ ପୀଠ କହିଛନ୍ତି ଯେ, ଏମଏସିଟି ଦ୍ୱାରା ସ୍କୁଲ ପ୍ରମାଣପତ୍ର ଆଧାରରେ ମୃତକଙ୍କ ବୟସ ନିର୍ଦ୍ଧାରଣ ଉଚିତ ଥିଲା।
ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ୮/୨୦୨୩ ପତ୍ରର ଉଲ୍ଲେଖ କରିଛନ୍ତି। ଏହି ପରିପତ୍ରରେ ଏହା ସ୍ପଷ୍ଟ କରାଯାଇଥିଲା ଯେ, ଆଧାରକାର୍ଡ ପରିଚୟ ସ୍ଥାପନ କରିବାର ଡକ୍ୟୁମେଣ୍ଟ ହୋଇପାରେ କିନ୍ତୁ ଏହା ଜନ୍ମ ତିଥି ପ୍ରମାଣ କରିବା ଲାଗି ବିଶ୍ୱାସ କରାଯାଇନଥାଏ।
ୟୁଆଇଡିଏଆଇ ଏହା ମଧ୍ୟ କହିଛି ଯେ, ଆଧାରରେ ନୂଆ ଜନ୍ମତିଥି ରେ ପରିବର୍ତ୍ତନର ସୀମିତ ଅନୁମତି ରହିଥାଏ, ଯେଉଁଥିରେ ଏହାର ପ୍ରାମାଣିକତା ସନ୍ଦିଗ୍ଧ ହୋଇପାରେ।
ଆଧାରକାର୍ଡ ବିଷୟରେ ସୁପ୍ରିମକୋର୍ଟ କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ଧାରା ୯୪କୁ ଦର୍ଶାଇଛନ୍ତି। ଏହି ଅଧିନିୟମ ଅନୁସାରେ, ବୟସର ନିର୍ଦ୍ଧାରଣ କରିବା ସମୟରେ ସ୍କୁଲ ସାର୍ଟିଫିକେଟକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ।
ଅଦାଲତ କହିଛନ୍ତି ଯେ, ଏଭଳି ମାମଲାରେ ସ୍କୁଲ ପ୍ରମାଣପତ୍ର ଅଧିକ ବିଶ୍ୱସନୀୟ ଏବଂ ଏହାକୁ ପ୍ରାଥମିକତା ଦେବା ଆବଶ୍ୟକ। ଆଧାରକାର୍ଡକୁ କେବଳ ପରିଚୟ ପ୍ରମାଣ ଭାବେ ସ୍ୱୀକାର କରିବା ଆବଶ୍ୟକ।