JEE Main 2025 Final Answer Keys Out: 12ଟି ପ୍ରଶ୍ନ ହଟାଇଲା NTA, ଜାଣନ୍ତୁ ପରୀକ୍ଷାର୍ଥୀଙ୍କୁ କେତେ ମାର୍କ ମିଳିବ
ଜାନୁଆରୀ ୨୨ ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା JEE ମେନ୍ । ମୋଟ ୧୨ ଟି ପ୍ରଶ୍ନକୁ ହଟାଇଲା ଏନଟିଏ ।
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ଏହାର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ BE, BTech ପରୀକ୍ଷା ପାଇଁ JEE ମେନ୍ ର ଚୂଡ଼ାନ୍ତ ଆନ୍ସର କି ଜାରି କରିଛି । JEE ମେନ୍ ୨୨ ରୁ ୩୦ ଜାନୁଆରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଜାରି କରାଯାଇଥିବା ଆନ୍ସର କିରୁ 12ଟି ପ୍ରଶ୍ନକୁ ହଟାଯାଇଥିବା ବେେ ଅଧିକାଂଶ ପଦାର୍ଥ ବିଜ୍ଞାନର ବୋଲି ଜଣାପଡିଛି। ବର୍ତ୍ତମାନ ଏହି ସବୁ ପ୍ରଶ୍ନକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ଦେଖାଯାଇଛି ।
ପ୍ରଶ୍ନ ହଟାଇଲେ କଣ ପଦକ୍ଷେପ ନେବ NTA: ମଲ୍ଟିପଲ୍ ଚଏସ୍ ଅପ୍ସନ (MCQ) ପାଇଁ, ଯଦି କୌଣସି ବିକଳ୍ପ ସଠିକ୍ ନ ମିଳେ କିମ୍ବା କୌଣସି ପ୍ରଶ୍ନ ଭୁଲ୍ ମିଳେ କିମ୍ବା କୌଣସି ପ୍ରଶ୍ନର ଉତ୍ତର ନ ଦିଆଯାଇଥାଏ, ତେବେ ଚେଷ୍ଟା କରିଥିବା କିମ୍ବା ନକରିଥିବା ସମସ୍ତ JEE ପ୍ରାର୍ଥୀଙ୍କୁ ପୂର୍ଣ୍ଣ ମାର୍କ ପ୍ରଦାନ କରାଯିବ।
ଯଦି ସମସ୍ତ ବିକଳ୍ପ ସଠିକ୍ ମିଳେ, ତେବେ ପ୍ରଶ୍ନର ଉତ୍ତର ଦେଉଥିବା ସମସ୍ତଙ୍କୁ ଚାରି ନମ୍ବର (+୪) ଦିଆଯିବ । ସେହିପରି ଯଦି ଗୋଟିଏରୁ ଅଧିକ ବିକଳ୍ପ ସଠିକ୍ ମିଳେ, ତେବେ ଯେଉଁମାନେ ସଠିକ୍ ବିକଳ୍ପ ବାଛିଛନ୍ତି ସେମାନଙ୍କୁ କେବଳ ଚାରି ନମ୍ବର (+4) ଦିଆଯିବ ।
ସେହିପରି ସାଂଖ୍ୟିକ ମୂଲ୍ୟ ପ୍ରଶ୍ନ ପାଇଁ, ଯଦି କୌଣସି ପ୍ରଶ୍ନ ଭୁଲ କିମ୍ବା ଡିଲିଟ ହୋଇଯାଏ ତେବେ ପ୍ରଶ୍ନର ଉତ୍ତର ଦେଇଥିବା ସମସ୍ତଙ୍କୁ ଚାରି ନମ୍ବର (+୪) ପ୍ରଦାନ କରାଯିବ । ଏନଟିଏ ପକ୍ଷରୁ ଆନ୍ସର କି ଜାରି କରାଯାଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଚେକ୍ କରିବା ପାଇଁ କୁହାଯାଇଛି ।