ଅମିତ ଶାହଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ, ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କଲେ

ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ମାନ୍ୟତା ଦାବି । ସ୍ଥାନ ପରିଦର୍ଶମ ପାଇଁ ମଧ୍ୟ ଅମିତ ଶାହଙ୍କୁ ନିବେଦନ କଲେ ପ୍ରଦୀପ ପୁରୋହିତ ।

ଭୁବନେଶ୍ବର: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବରଗଡ ଏମପି ପ୍ରଦୀପ ପୁରୋହିତ । ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କରିଛନ୍ତି । ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କରିଥିବା ଜଣାପଡିଛି ।

ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ଦାବି-  ଆଜି ପାର୍ଲାମେଣ୍ଟ ଭବନରେ ସେ ଅମିତ ଶାହଙ୍କୁ ଭେଟିବା ସହିତ ଗୁରୁତ୍ବପୂର୍ଣ୍ଣ ଦାବି ଜଣାଇଥିଲେ । ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସମ୍ଫତ୍ତିର ମାନ୍ୟତା ଦେବା ପାଇଁ ଜଣାଇଥିଲେ ।

ତତ୍କାଳୀନ ସରକାର ଏହାକୁ ୪୭ ବର୍ଷ ପାଇଁ ବାଲକୋ କମ୍ପାନୀକୁ ଲିଜରେ ଦେଇଦେଇଥିଲେ । ଏହାପରେ ଖନନ କାର୍ଯ୍ୟକୁ ଜୋରଦାର କରାଯାଇଥିଲା । ଖନନ କାରଣରୁ ପରିବେଶ ଉପରେ ପ୍ରଭାବ ପଡିଥିଲା ।

ସାଂସ୍କୃତିକ, ଧାର୍ମିକ ଏବଂ ପୌରାଣିକ ଭାବାବେଗକୁ ଆଘାତ ଦେଇଥିଲା ବୋଲି କହିଛନ୍ତି ସାଂସଦ ।  ଗନ୍ଧମାର୍ଦ୍ଦନ ପର୍ବତମାଳାର ଐତିହାସିକ, ସାଂସ୍କୃତିକ, ଧାର୍ମିକ ଏବଂ ପ୍ରାକୃତିକ ଦୃଷ୍ଟିକୋଣରୁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଛନ୍ତି ।