ଲଗାତାର ଏତିକି ଦିନ ମଦ ପିଇଲେ ଖରାପ ହୋଇଯିବ ଲିଭର, ଏକ୍ସପର୍ଟଙ୍କ ବଡ଼ ଖୁଲାସା
ପ୍ରତିଦିନ ମଦ ପିଉଥିଲେ ସାବଧାନ, ଏତିକି ଦିନରେ ଖରାପ ହୋଇଯିବ ଲିଭର, ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ
ନୂଆଦିଲ୍ଲୀ: ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ସମସ୍ତେ ଜାଣିଥିଲେ ସୁଦ୍ଧା ମଦ ପିଇବାଠାରୁ ଦୂରେଇକି ରହିପାରୁ ନାହାନ୍ତି ଅନେକ ଲୋକେ। ଅଧିକ ମଦ ପିଇଲେ ଏହା ଲିଭର ଉପରେ ପ୍ରଭାବ ପକାଇଥାଏ।
ତେବେ ଆସନ୍ତୁ ଜାଣିବା ମଦ ଲଗାତାର କେତେ ଦିନ ପିଇଲେ ଖରାପ ହୋଇଯାଏ ଲିଭର ଏବଂ ମଦ ପିଇଲେ କାହିଁକି ଲିଭରରେ ପଡେ ପ୍ରଭାବ।
ଲିଭର ଡ୍ୟାମେଜ: ଯେଉଁ ବ୍ୟକ୍ତି ପ୍ରତି ଦିନ ମଦ ପିଉଛି ତା’ର ଫ୍ୟାଟି ଲିଭରର ସମସ୍ୟା ବୃଦ୍ଧି ପାଏ। ସାଧାରଣତଃ ଅନେକ ଲୋକେ ଭାବନ୍ତି ଯେ, ମୁଁ ତ କମ୍ ମଦ ପିଉଛି, ମୋତେ କିଛି ହେବ ନାହିଁ।
କିନ୍ତୁ ମଦ ପିଇଲେ ଏହାର ପ୍ରଥମ ପ୍ରଭାବ ଲିଭର ଉପରେ ପଡିଥାଏ। ଏଥିସହ ଏହା ଶରୀରରେ ଗ୍ୟାଷ୍ଟ୍ରିକ ଏସିଡ ସୃଷ୍ଟି କରିଥାଏ।
ଏକ୍ସପର୍ଟଙ୍କ ଖୁଲାସା: ‘ୱାର୍ଲଡ ହେଲଥ ଅରଗାନାଇଜେସନ’ ମୁତାବକ, ମଦ ପେଟକୁ ଯାଇ ପ୍ରଥମେ ଗ୍ୟାଷ୍ଟ୍ରିକ ଏସିଡ ସୃଷ୍ଟି କରିଥାଏ। ଏହା ପେଟର ମ୍ୟୁକସ ଲାଇନରେ ସ୍ୱେଲିଂ ସୃଷ୍ଟି କରେ।
ଏହାପରେ ଅନ୍ତନଳୀ ମଦକୁ ଶୋଷି ନେଇଥାଏ। ପରେ ଏହା ଲିଭର ପର୍ଯ୍ୟନ୍ତ ପହଞ୍ଚିଥାଏ। ଲିଭର ଏହି ମଦକୁ ନଷ୍ଟ କରିଥାଏ, ଯାହା ଦ୍ୱାରା ଶରୀର ଉପରେ ଏହାର ପ୍ରଭାବ ପଡିବ ନାହିଁ।
ଲିଭର ଶରୀରର ଅପରିଷ୍କାର ଜିନିଷକୁ ପରିଷ୍କାର କରିବାର କାର୍ଯ୍ୟ କରିଥାଏ। ହେଲେ ଯଦି ଆପଣ ପ୍ରତିଦିନ ମଦ ପିଅନ୍ତି ତେବେ ଏହା ଲିଭରକୁ ସିଧାସଳଖ ଭାବେ ନଷ୍ଟ କରିପାରେ। କାରଣ ଧୀରେ ଧୀରେ ଲିଭରର ପରିଷ୍କାର କରିବାର କ୍ଷମତା ହ୍ରାସ ପାଇଥାଏ।
ଲିଭରରେ ଚର୍ବି ଜମିବାକୁ ଆରମ୍ଭ କରିଥାଏ। ଏହା ଦ୍ୱାରା ଫ୍ୟାଟି ଲିଭର, ଲିଭର ସିରୋସିିସ ଏବଂ ଶେଷରେ ଲିଭର କ୍ୟାନ୍ସର ବା ଲିଭର ଫେଲ ହେବାର ଶିକାର ହୋଇଥାଏ ବ୍ୟକ୍ତି।