ଜାରି ହେଲା ଦୁନିଆର ସବୁଠୁ ଦୁର୍ନୀତି ଦେଶର ତାଲିକା, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ
CPI ଜାରି କଲା ଦୁର୍ନୀତି ଦେଶର ତାଲିକା, ଆସନ୍ତୁ ଜାଣିବା ଭାରତର ରାଙ୍କ କେତେ
ନୂଆଦିଲ୍ଲୀ: ୨୦୨୪ ବର୍ଷର ଦୁର୍ନୀତି ତାଲିକା ଜାରି କରାଯାଇଛି। ରାଙ୍କିଙ୍ଗ ପ୍ରସ୍ତୁତ କରିବା ଲାଗି ସିପିଆଇ ୧୮୦ଟି ଦେଶର ଦୁର୍ନୀତି ସ୍ତରକୁ ପରୀକ୍ଷଣ କରିଥାଏ। ଏଥିରେ ଦେଶକୁ ୦ ରୁ ୧୦୦ ନମ୍ବର ଦିଆଯାଇଥାଏ। ରାଙ୍କିଙ୍ଗରେ ସବୁଠୁ ଅଧିକ ନମ୍ବର ପାଇଥିବା ଦେଶ ଭଲ, କିନ୍ତୁ ୦ ନମ୍ବର ପାଇଥିବା ଦେଶ ସବୁଠୁ ଦୁର୍ନୀତିଗ୍ରସ୍ତ।
କେଉଁ ସ୍ଥାନରେ ଅଛି ଭାରତ: ସିପିଆଇ ଜାରି କରିଥିବା ରିପୋର୍ଟ ମୁତାବକ, ୨୦୨୪ରେ ଭାରତ ଦୁର୍ନୀତି କ୍ଷେତ୍ରରେ ୧୮୦ଟି ଦେଶ ମଧ୍ୟରୁ ୯୬ ନମ୍ବର ସ୍ଥାନରେ ଅଛି। ୨୦୨୩ ତୁଳନାରେ ଭାରତରେ ଦୁର୍ନୀତି ହ୍ରାସ ପାଇଛି। ୨୦୨୩ ବର୍ଷରେ ଭାରତକୁ ୩୯ ଏବଂ ୨୦୨୨ରେ ୪୦ ମିଳିଥିଲା। ୨୦୨୩ରେ ଭାରତର ରାଙ୍କ ୯୩ ଥିଲା।
ଦୁର୍ନୀତିରେ କେଉଁ ଦେଶ ଆଗୁଆ: ଭାରତର ପଡୋଶୀ ଦେଶ ପାକିସ୍ତାନ(୧୩୫) ଏବଂ ଶ୍ରୀଲଙ୍କା( ୧୨୧) ରାଙ୍କରେ ଥିବା ବେଳେ ବାଂଲାଦେଶର ରାଙ୍କି ତାଲିକାର ନିମ୍ନରେ ଅଛି। ସେହିପରି ଚୀନ ଏହି ରାଙ୍କିରେ ୭୬ ସ୍ଥାନରେ ଅଛି। ସିପିଆଇ ରାଙ୍କିଙ୍ଗରେ ଡେନମାର୍କ ସବୁଠୁ ଆଗରେ ଅଛି। ଏହାପରେ ଫିନଲ୍ୟାଣ୍ଡ ଏବଂ ସିଙ୍ଗାପୁର ଅଛି।