ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବନି କପୁର ଓ ଅର୍ଜୁନ କପୁର

ବାରବାଟୀରେ ଖେଳାଯିବ ସେଲିବ୍ରିଟି କ୍ରିକେଟ୍ ଲିଗ୍। ଆୟୋଜନ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା। କ୍ରୀଡ଼ାମନ୍ତ୍ରୀଙ୍କ ସହ ବି ଆଲୋଚନା।

କଟକ: ବାରବାଟୀରେ ଖେଳାଯିବ ସେଲିବ୍ରିଟି କ୍ରିକେଟ୍ ଲିଗ୍। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ ଅଭିନେତା। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ୍ ନିର୍ଦ୍ଦେଶକ ବନି କପୁର ଓ ଅଭିନେତା ଅର୍ଜୁନ କପୁର।

ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୁଇ ବଲିଉଡ୍ ଷ୍ଟାର। ଏହାସହ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ଭେଟିଥିଲେ ବନି କପୁର ଓ ଅର୍ଜୁନ କପୁର।

ବାରବାଟୀରେ ସେଲିବ୍ରିଟି ମ୍ୟାଚ୍: ଫେବୃଆରୀ ୧୬ ତାରିଖ ଦିନ କଟକ ବାରବାଟୀରେ ହେବାକୁ ଯାଉଛି ସେଲିବ୍ରିଟି କ୍ରିକେଟ୍ ଲିଗ୍। ଏଥିପାଇଁ ୪ଟି ଟିମ୍ କଟକ ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ବଲିଉଡ୍ ନିର୍ଦ୍ଦେଶକ ବନି କପୁର।

ଏହାସହ ଏହି ମ୍ୟାଚ୍ ଖେଳାଯିବା ନେଇ ସମୟ ମଧ୍ୟ ସ୍ଥିର କରାସରିଛି।  ୪ଟି ଟିମ୍ ବମ୍ୱେ,କୋଲକାତା,ଭୋଜପୁରୀ ଓ ବ୍ୟାଙ୍ଗଲୋର ମଧ୍ୟରେ ବାରବାଟୀରେ ହେବ କଡ଼ା ଟକ୍କର।

ପଞ୍ଜାବ ଦେ ଶେର୍ ବନାମ ଭୋଜପୁରୀ ଦବଙ୍ଗ୍ସ ମଧ୍ୟରେ ମଧ୍ୟାହ୍ନ ୨ଟାରୁ ମ୍ୟାଚ୍ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ସରିବ। ସେହିପରି ମୁମ୍ଵାଇ ହିରୋଜ୍ ବନାମ ବେଙ୍ଗଲ ଟାଇଗର୍ସ ର ମ୍ୟାଚ୍ ସଂଧ୍ୟା ୬.୩୦ ରୁ ଆରମ୍ଭ ହୋଇ ରାତି ୧୦.୩୦ରେ ଶେଷ ହେବ।

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ: ଯେହେତୁ ବାରବାଟୀରେ ସେଲିବ୍ରିଟି ମ୍ୟାଚ୍ ହେବାକୁ ଯାଉଛି। ଏନେଇ ବିଧାନସଭା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଦେଖା କରିବାକୁ ପହଞ୍ଚିଥିଲେ ବାପ ପୁଅ। ଅର୍ଥାତ୍ ବଲିଉଡ୍ ନିର୍ଦ୍ଦେଶକ ବନି କପୁର ଓ ପୁଅ ତଥା ଅଭିନେତା ଅର୍ଜୁନ କପୁର।

ଏହାସହ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ଏହାସହ ଲିଗ୍ ପାଇଁ ଷ୍ଟାଡିୟମର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ତା ପୂର୍ବରୁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ଭେଟିଛନ୍ତି ବଲିଉଡ୍ ଅଭିନେତା।