IND vs ENG 3rd ODI: ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୫୭, କିଏ କେତେ ସ୍କୋର କଲା ଜାଣନ୍ତୁ

୩ୟ ଦିନିକିଆରେ ଭାରତୀୟ ବ୍ୟାଟରଙ୍କ ଜଲଓ୍ବା । ରେକର୍ଡ ଭାଙ୍ଗିଲେ ଖେଳାଳି ।

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଜଲଓ୍ବା ଦେଖାଇଛି ଇଣ୍ଡିଆ ଟିମ୍ । ଟସ୍ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରିଥିବା ଇଣ୍ଡିଆ ଟିମ୍ ।

ତେବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ 356 ରନରେ ଅଲଆଉଟ ହୋଇଛନ୍ତି । ଇଂଲଣ୍ଡକୁ ବାଜି ଜିତିବାପାଇଁ 357ର ଟାର୍ଗେଟ ଦେଇଛନ୍ତି ।

ତେବେ ଅଧିନାୟକ ପ୍ରଥମେ ହିଁ ଆଉଟ୍ ହୋଇଯାଇଥିବା ବେଳେ  ଶୁଭମନ୍ ଗିଲ, ଶ୍ରେୟସ ଆୟର ଓ ବିରାଟ କୋହଲି ବଡ଼ ଇନିଂସ ଖେଳିଥିଲେ ।

କିଏ କେତ ରନ୍ କଲେ-  ଉପ ଅଧିନାୟକ ଶୁଭମନ ଗିଲ୍ ୧୧୨ ରନର ଶତକୀୟ ଇନିଂସ  ଖେଳିଥିବା ବେଳେ ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନର ଅର୍ଦ୍ଧଶତକୀୟ କରିଛନ୍ତି । ସେହିପରି କେଏଲ ରାହୁଲ ୪୦ ରନ କରିଛନ୍ତି ।

ସେହିପରି ଅକ୍ଷର ପଟେଲ ୧୩ ରନ୍, କେଏଲ୍ ରାହୁଲ ୪୦ ରନ୍, ହର୍ଷିତ ରାଣା ୧୩ ରନ୍,  ୱାସିଂଟନ୍ ସୁନ୍ଦର ୧୪ ରନ୍, ଅର୍ଶଦୀପ ସିଂ ୨ ରନ୍ ଓ କୁଲଦୀପ ଯାଦବ ଅପରାଜିତ ୧ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ମଧ୍ୟ ଏକ ରନ୍ କରି ଆଉଟ୍ ହୋଇଛନ୍ତି ।

4 ଓ୍ବିକେଟ୍ ନେଇଥିଲେ ଆଦିଲ ରସିଦ: ଇଂଲଣ୍ଡ ତରଫରୁ ଆଦିଲ ରସିଦଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା । ସେହିପରି ମାର୍କ ଉଡଙ୍କୁ ୨ ୱିକେଟ୍, ସାକିବ ମହମ୍ମଦ, ଗସ୍ ଆଟିକସନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।