ଭାଇରାଲ ହେଉଛି ଭାଲେଣ୍ଟାଇନ ଏଗ୍ରିମେଣ୍ଟ, ଭାଙ୍ଗିଲେ ୩ ମାସ ପର୍ଯ୍ୟନ୍ତ…
ଭାଲେଣ୍ଟାଇନ ଡ଼େ ରେ ପତି ପତ୍ନୀଙ୍କର ଭୟଙ୍କର ଏଗ୍ରିମେଣ୍ଟ। କିଏ କରିବ କେଉଁ କାର୍ଯ୍ୟ। ଏଗ୍ରିମେଣ୍ଟ ଭାଙ୍ଗିଲେ ତିନି ମାସ ପର୍ଯ୍ୟାନ୍ତ...
ଓଡ଼ିଶା ଭାସ୍କର: ଆଜି ଭାଲେଣ୍ଟାଇନ୍ସ ଡ଼େ। ଏହି ଦିନକୁ ନିଜ ନିଜ ତରିକାରେ ପାଳନ କରୁଛନ୍ତି ପ୍ରେମୀ ଯୁଗଳ। କେହି ନିଜ ପାର୍ଟନର ପାଇଁ ସରପ୍ରାଇଜ୍ ପ୍ଲାନ କରୁଛି ତଆଉ କିଏ ଡିନରରେ ଯାଉଛି। ତ ଆଉ କେହି ଟେଡ଼ି ଗୋଲାପ ଦେଇ ପ୍ରେମ ଦିବସ ପାଳୁଛି।
ହେଲେ ଏହାରି ଭିତରେ ଏବେ ଏକ ଭାଲେଣ୍ଟାଇନ୍ସ ଏଗ୍ରିମେଣ୍ଟ ପେପର ଭାଇରାଲ ହେବାରେ ଲାଗିଛି। ଯାହାକି ଜଣେ ସ୍ୱାମୀ ସ୍ତ୍ରୀଙ୍କର। ଯାହାକୁ ଦେଖି ଅନେକ ୟୁଜର ମଜାଳିଆ କମେଣ୍ଟ ଦେବା ସହ ହସି ହସି ବେଦମ ହୋଇଯାଉଛନ୍ତି।
ଭାଇରାଲ ଏଗ୍ରିମେଣ୍ଟ: ତେବେ ଏହି ଭାଇରାଲ ଏଗ୍ରିମେଣ୍ଟ ହିସାବରେ ସ୍ୱାମୀ ଶୁଭମ ଅଧିକାଂଶ ସମୟ ଟ୍ରେଡିଂ ନିଶାରେ ବୁଡି ରହୁଥିଲେ। ତେଣୁ ସ୍ତ୍ରୀ ଅନାୟାଙ୍କ ସହ ତାଙ୍କର ପ୍ରାୟ ସମୟ ଝଗଡ଼ା ହେଉଥିଲା।
ତେଣୁ ନିଜ ନିଜ ଭିତରେ ଝଗଡା ଦୂର କରିବା ପାଇଁ ଏପରି ଏକ ଏଗ୍ରିମେଣ୍ଟ କରିଥିବା କୁହାଯାଉଛି। ଏହି ଭାଇରାଲ ଏଗ୍ରିମେଣ୍ଟରେ ସ୍ୱାମୀ ଶୁଭମ୍ ଓ ସ୍ତ୍ରୀ ଅନାୟା ନିଜ ଘରର କିଛି ନିୟମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଯାହାଫଳରେ ଦୁହିଁଙ୍କ ଭିତରେ ଆଉ ଯେପରି ଝଗଡା କିମ୍ବା କଥା କଟାକଟି ହେବନି ।
ନିୟମ: ଦୁହିଁଙ୍କ ପାଇଁ ଏଗ୍ରିମେଣ୍ଟରେ କିଛି ନିୟମର ତାଲିକା ଦିଆଯାଇଛି, ଯାହାକୁ ସେମାନେ ପାଳନ କରିବେ । ଏଗ୍ରିମେଣ୍ଟରେ ଏହା ବି ଲେଖାହୋଇଛି ଯେ, ଯଦି କେହି ନିୟମର ପାଳନ ନକରେ ତାହେଲେ ତାକୁ ୩ ମାସ ଯାଏ ଘର କାମରେ ସାହାଯ୍ୟ କରିବାକୁ ପଡିବ। ଯେପରିକି ବାଥରୁମ୍ ସଫା କରିବା, ଡ୍ରେସ ଧୋଇବା, ସଉଦା ଆଣିବା ଇତ୍ୟାଦି… ।
ଭାଇରାଲ କମେଣ୍ଟ: ଏହି ପୋଷ୍ଟକୁ ଜଣେ ୟୁଜର ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ବାହାଘର ଏତେ କଠିନ ବୋଲି ମୋତେ କେହି କହିନଥିଲେ । ମୋ ବାହାଘରକୁ ଦୁଇ ବର୍ଷ ହେଲାଣି । ମୋ ପତ୍ନୀ ଏବେ ମୋତେ ଏହି ମ୍ୟାରେଜ୍ ଏଗ୍ରିମେଣ୍ଟରେ ଦସ୍ତଖତ କରିବାକୁ କହୁଛନ୍ତି । ଏବେ ମୁଁ କ’ଣ କରିବି ?
ଏହି ଏଗ୍ରିମେଣ୍ଟଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ୟୁଜରମାନେ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି । କେହି କେହି ଏହାକୁ କ୍ୟୁଟ ଝଗଡା ବୋଲି କହୁଛନ୍ତି ।