କଂଗ୍ରେସକୁ ଫେରିବା ନେଇ ପରୋକ୍ଷ ଇସାରା ଦେଲେ ପ୍ରଫୁଲ୍ଲ ମାଝୀ, କହିଲେ ବିଜେଡି ମୋତେ ପ୍ରତିଶୃତି ଦେଇ…
ବିଜେଡିର ଭବିଷ୍ୟତ କିଛି ନାହିଁ । ଫୋନ୍ କଲେ ଉଠାନ୍ତି ନାହିଁ ବୋଲି କହି କ୍ଷୋଭ ପ୍ରକାଶ କଲେ ପ୍ରଫୁଲ୍ଲ ମାଝୀ ।
ଭୁବନେଶ୍ବର: ବିଜେଡିରେ ଥାଇ ନିଜ ଦଳକୁ ନିନ୍ଦିଲେ ପ୍ରଫୁଲ ମାଝୀ । ଏହା ସହିତ ପୁରୁଣା ଘର ଅର୍ଥାତ୍ କଂଗ୍ରେସକୁ ଫେରିବା ନେଇ ପରୋକ୍ଷ ଇସାରା ଦେଇଛନ୍ତି ।
ବିଜେଡି ରଖିଲା ନାହିଁ ପ୍ରତିଶୃତି- ତେବେ ଆଦି ପ୍ରଫୁଲ ମାଝୀ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା । ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ ।
ଦଳ ଛାଡିବା ନେଇ ଇସାରା ଦେଲେ- ସେ କଂଗ୍ରେସ ଛାଡିବା ନେଇ କହିଛନ୍ତି ଯେ, ଲୋକଙ୍କ କାମ ପାଇଁ ହିଁ କଂଗ୍ରେସ ଛାଡିଥିଲି । କିନ୍ତୁ ବିଜେଡିରେ ଯୋଗଦେବା ପରେ ତାହା ହୋଇପାରି ନଥିଲା । ତ କାହିଁକି ଏହି ଦଳରେ ରହିବି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଧ୍ବଂସ ହୋଇଯିବ ବିଜେଡି- ନାଁ ନନେଇ ସେ ପରୋକ୍ଷରେ ପାଣ୍ଡିଆନକୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି । ସେ କହିଛନ୍ତି, ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ବଂସ ହୋଇଯିବ । ଏହି ଦଳର ଭବିଷ୍ୟତ କିଛି ନାହିଁ, ଫୋନ୍ କଲେ ଉଠାନ୍ତି ନାହିଁ ।
ଭକ୍ତଙ୍କୁ ପ୍ରଶଂସା କଲେ- ଭକ୍ତ ଦାସଙ୍କ ପାଖରେ ଦକ୍ଷତା ଅଛି, ଦଳକୁ ପୁର୍ନଜୀବିତ କରିପାରିବେ । ଘରକୁ ଫେରିମବି ନ ଫେରିବି ଏବେଠୁ କହିପାରିବି ନାହିଁ’ ବୋଲି ସେ କହିଛନ୍ତି ।