ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ, ପତି-ପତ୍ନୀଙ୍କ ମଧ୍ୟରେ ଅଧିକ କଳହ ହୁଏ: ଜାଣନ୍ତୁ ଏହାର ସମାଧାନ

ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ, ଆପଣାନ୍ତୁ ଏହି ଉପାୟ

ଅଧିକାଂଶ ସମୟରେ ଘରେ କଳହ ଓ ଅଶାନ୍ତି କାରଣରୁ ସଭିଏଁ ଚିନ୍ତିତ ରହିଥାନ୍ତି । କିଛି ବ୍ୟକ୍ତି ବିଶେଷଙ୍କ ଘରେ ନିୟମିତ ଅଯଥାରେ ମଧ୍ୟ କଳହ ହୋଇଥାଏ । ଜାତକରେ ଚତୁର୍ଥ ଭାଗରେ କୌଣସି ସମସ୍ୟା ଥିଲେ ଏଭଳି ସମସ୍ୟା ହୋଇଥାଏ । ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ, କଳହ ଅଧିକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ..

. ଘରେ ନିୟମିତ କର୍ପୂର ଜଳାନ୍ତୁ । ଏହାଦ୍ୱାରା ଘରେ ସର୍ବଦା ଶାନ୍ତି ରହିଥାଏ । ଘିଅରେ ମିଶାଇ ମଧ୍ୟ କର୍ପୂର ଲଗାଇପାରିବେ ।

. ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ, ତକିଆ ତଳେ ଏକ କର୍ପୂର ରଖନ୍ତୁ । କିଛି ଦିନ ନିୟମିତ କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

. ଘରେ ନିୟମିତ କଳହ ହେଉଥିଲେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କରନ୍ତୁ । ଏକ ଅଶ୍ୱତ୍ଥ ବୃକ୍ଷ ଲଗାଇ ଏହାର ଯତ୍ନ ନିଅନ୍ତୁ ।

. ରବିବାର କର୍ପୂର, ଘିଅ ଓ ଗୁଡ ମିଶାଇ ଘରେ ଜଳାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

. ମଙ୍ଗଳବାର ପ୍ରଭୁ ହନୁମାନଙ୍କ ନିକଟରେ ପଞ୍ଚମୁଖୀ ଦୀପ ଲଗାନ୍ତୁ । ପରିବାରରେ ହସଖୁସି ବାତାବରଣ ରହିଥାଏ ।