ଭୁବନେଶ୍ୱର: ରାଜ୍ୟରେ ଆଇଏଏସ, ଆଇପିଏସ ଅଧିକାରୀରଙ୍କ ମରୁଡ଼ି ପଡ଼ିଛି । ୬୬ ଆଇଏଏସ, ୬୯ ଆଇପିଏସ ପଦବୀ ଖାଲି ପଡ଼ିଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ ରାଜ୍ୟରେ ୪ ବର୍ଷରେ ୮୪୦୩ ଶିଶୁ ନିଖୋଜ ହୋଇଛି । ୨୦୨୦ରୁ ୨୦୨୪ ମଧ୍ୟରେ ୪୦୩ ଶିଶୁ ନିଖୋଜ ହୋଇଛନ୍ତି । ମୋଟ୍ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭୪୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ‘ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୪ରେ ୨,୧୪,୧୧୩ ଗୋଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି । ୨୦୨୩ରେ ୧,୯୯,୯୫୪ ଗୋଟି ଅପରାଧ ପଞ୍ଜିକୃତ ହୋଇଥିଲା ।’
ଦୁର୍ନୀତିଖୋର ବାବାଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି । ୮ ମାସରେ ୫୦ ଜଣ ବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେଥିରୁ ପ୍ରାୟ ୧୧୭ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ୧୧ ଅଧିକାରୀଙ୍କଠାରୁ ୪ କୋଟିରୁ ଅଧିକ ସମ୍ପତ୍ତି ଜବତ ହୋଇଛି । ୧୩ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ରାଜ୍ୟରେ ୩,୬୯୨ଟି ଭିଜିଲାନ୍ସ ମାମଲା ବିଚାରଧୀନ ଅଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି ।