Breaking: ଆସନ୍ତା ବର୍ଷରୁ ଆରମ୍ଭ ହେବ ‘ବାଲ୍ ବାଟିକା’ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ବର୍ଷରୁ ବାଲ୍ ବାଟିକା କାର୍ଯ୍ୟକାରୀ ହେବ । ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ବାଲ୍ ବାଟିକା ।

ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା କହିଲେ ମନ୍ତ୍ରୀ ।

ଭିତ୍ତିଭୂମି ପାଇଁ କୌଣସି ଅସୁବିଧା ହେବ ନାହିଁ । ବଜେଟରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ମିଳିଛି ।

ଶିକ୍ଷା ପାଇଁ ୩୧,୧୮୫ କୋଟି ବ୍ୟୟ ବରାଦ କରାଯାଇଛି ।