ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ମାତ୍ରେ ସୋସିଆଲ ମିଡିଆରେ ବଢିଲା ରେଖାଙ୍କର ଫଲୋର୍ସ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି। ଶାଲୀମାର ବାଗର ବିଧାୟିକା ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ।

ନୂଆଦିଲ୍ଲୀ: ଦିଲ୍ଲୀକୁ ମିଳିଗଲା ନୂଆ ମୁଖ୍ୟମନ୍ତ୍ରୀ। ଶାଲୀମାର ବାଗର ବିଧାୟିକା ରେଖା ଗୁପ୍ତା ରାଜଧାନୀର ଶାସନ ଭାର ସମ୍ଭାଳିବେ। ସୂଚନା ମୁତାବକ, ଆଜି ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା।

ବଢିଲା ଫଲୋର୍ସ ସଂଖ୍ୟା: ରେଖା ଗୁପ୍ତାଙ୍କ ସୋସିଆଲ ମିଡିଆ ଫଲୋର୍ସ ସଂଖ୍ୟା କଥା କହିବାକୁ ଗଲେ, ଏକ୍ସରେ ବର୍ତ୍ତମାନ ରେଖାଙ୍କର ୩୪ ହଜାର ଫଲୋର୍ସ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପୂର୍ବରୁ ରେଖା ଗୁପ୍ତାଙ୍କର ଫଲୋର୍ସ ୨୩ ହଜାର ଥିଲା। ଇନଷ୍ଟାଗ୍ରାମରେ ତାଙ୍କର ୧୮ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ, ରେଖା ଗୁପ୍ତା ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

ରେଖା ଗୁପ୍ତା ପୋଷ୍ଟ ସେୟାର କରି କଣ ଲେଖିଛନ୍ତି: ରେଖା ଗୁପ୍ତା ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ମୋତେ ବିଶ୍ୱାସ ଏବଂ ସପୋର୍ଟ କରାଯାଇ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେବା ଲାଗି ସମସ୍ତ ବରିଷ୍ଠ ନେତାଙ୍କୁ ହୃଦୟରୁ ଧନ୍ୟବାଦ।

ଆପଣଙ୍କ ଏହି ବିଶ୍ୱାସ ଏବଂ ସପୋର୍ଟ ମୋତେ ନୂଆ ଉତ୍ସାହ ଏବଂ ପ୍ରେରଣା ଯୋଗାଇଛି। ମୁଁ ସଂକଳ୍ପ ନେଉଛି ଯେ, ଦିଲ୍ଲୀର ପ୍ରତି ନାଗରିକଙ୍କ ମଙ୍ଗଳ, ସଶକ୍ତିକରଣ ଏବଂ ସମଗ୍ର ବିକାଶ ପାଇଁ ସଂପୂର୍ଣ୍ଣ ଭାବେ ଦାୟିତ୍ୱ, ନିଷ୍ଠା ଏବଂ ସମର୍ପଣରେ କାର୍ଯ୍ୟ କରିବି। ଦିଲ୍ଲୀକୁ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବି।