PM Internship 2025: ଜଣେ ପ୍ରାର୍ଥୀ ୩ଟି ଇଣ୍ଟର୍ନସିପ୍ ପାଇଁ କରିପାରିବେ ଆବେଦନ, ୩୦୦ରୁ ଅଧିକ କମ୍ପାନୀରେ ଦଶ ହଜାରରୁ ଅଧିକ ପ୍ରାର୍ଥୀ କରିପାରିବେ ଆପ୍ଲାଏ
ନୂଆଦିଲ୍ଲୀ: କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା (ପିଏମଆଇଏସ)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି, ଯେଉଁଥିରେ ଦେଶର ୭୩୦ ରୁ ଅଧିକ ଜିଲ୍ଲାର ୩୦୦ ରୁ ଅଧିକ କମ୍ପାନୀରେ ୧୦୦,୦୦୦ ରୁ ଅଧିକ ଇଣ୍ଟର୍ନସିପ୍ ପାଇଁ ଯୁବକମାନଙ୍କଠାରୁ ନୂତନ ଆବେଦନ ଆମନ୍ତ୍ରଣ କରାଯାଇଛି । ଏହି କମ୍ପାନୀଗୁଡ଼ିକ ତେଲ, ଗ୍ୟାସ ଏବଂ ଶକ୍ତି, ବ୍ୟାଙ୍କିଙ୍ଗ ଏବଂ ଆର୍ôଥକ ସେବା, ଯାତ୍ରା ଏବଂ ଆତିଥ୍ୟ, ଅଟୋମୋଟିଭ୍ ଏବଂ ଏଫଏମସିଜି ଭଳି ସେକ୍ଟରରୁ ଆସିଛନ୍ତି ।
ମନ୍ତ୍ରଣାଳୟ କହିଛି ଯେ ପାଇଲଟ୍ ପ୍ରୋଜେକ୍ଟର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସାରା ଭାରତରେ ୭୦ ରୁ ଅଧିକ ଆଇଇସି(ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥର ପ୍ରତ୍ୟେକ ଆବେଦନକାରୀ ସର୍ବାଧିକ ତିନୋଟି ଇଣ୍ଟର୍ନସିପ୍ ପାଇଁ ଆବେଦନ କରିପାରିବେ ।
ଓଏନସିଜିରେ ୬୦୦୦ ଇଣ୍ଟର୍ନସିପ୍ ପଦବୀ :
ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନସିଜି) ଅଫଶୋର ରିଗ୍ ଏବଂ ଡ୍ରିଲିଂ ପ୍ଲାଟଫର୍ମରେ ପ୍ରମୁଖ ବୈଷୟିକ ଭୂମିକାଗୁଡ଼ିକୁ ଆଉଟସୋର୍ସ କରିବାକୁ ଯୋଜନା କରୁଛି ଏବଂ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଅଧୀନରେ ମନୋନୀତ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କୁ ଏହି ଭୂମିକାଗୁଡ଼ିକରେ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀ ୬୦୦୦ ଇଣ୍ଟର୍ନସିପ୍ ପଦବୀ ପାଇଁ ନିଯୁକ୍ତି ଦେବ ।
ଏକ ଇଣ୍ଟର୍ନସିପ୍ରେ କେତେ ଟଙ୍କା ମିଳୁଛି?
ପିଏମଆଇଏସ ଅଧୀନରେ, ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ମାସିକ ୫,୦୦୦ ଟଙ୍କାର ଆର୍ôଥକ ସହାୟତା ସହିତ ଏକକାଳୀନ ୬,୦୦୦ ଟଙ୍କାର ଆର୍ôଥକ ସହାୟତା ମଧ୍ୟ ଦିଆଯାଇଥାଏ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ ଯେ ଏହି ଯୋଜନାର ଲକ୍ଷ୍ୟ ଚାକିରି ପ୍ରଦାନ କରିବା ନୁହେଁ ବରଂ ଇଣ୍ଟର୍ନସିପ୍ ମାଧ୍ୟମରେ ଅଭିଜ୍ଞତା ପ୍ରଦାନ କରିବା ଏବଂ ବଜାରରେ କ’ଣ ଅଛି ଯାହା ପାଇଁ ସେମାନଙ୍କୁ ତାଲିମ ଦେବାକୁ ପଡିବ , ତାହାକୁ ନେଇ ବିଷୟରେ ସଚେତନତା ସୃଷ୍ଟି କରିବା ।
ଗତ ବର୍ଷ କେତେ ଯୁବକଙ୍କୁ ଇଣ୍ଟର୍ନସିପ୍ କରିବାର ସୁଯୋଗ ମିଳିଥିଲା?
କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ସମ୍ପ୍ରତି ଲୋକସଭାରେ କହିଥିଲେ ଯେ, ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୨୮,୧୪୧ ଜଣ ପ୍ରାର୍ଥୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିବା ପାଇଲଟ୍ ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟରେ ଦେଶବ୍ୟାପୀ ଅଂଶଗ୍ରହଣକାରୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ୧୨୭,୦୦୦ ରୁ ଅଧିକ ଇଣ୍ଟର୍ନସିପ୍ ସୁଯୋଗ ପାଇଁ ପ୍ରାର୍ଥୀଙ୍କଠାରୁ ୬୨୧,୦୦୦ ଆବେଦନ ଆସିଥିଲା ।
କେଉଁ କମ୍ପାନୀଗୁଡ଼ିକ ଇଣ୍ଟର୍ନସିପ୍ ପ୍ରଦାନ କରୁଥିଲେ?
ଡିସେମ୍ବରରେ ଏହି ଯୋଜନା ଆରମ୍ଭ ହେବା ପରେ ଅଂଶୀଦାର କମ୍ପାନୀଗୁଡ଼ିକ ୬୦,୮୬୬ ପ୍ରାର୍ଥୀଙ୍କୁ ୮୨,୦୭୭ ଇଣ୍ଟର୍ନସିପ୍ ପ୍ରଦାନ କରିଥିଲେ, ଯେଉଁଥିରୁ ୨୮,୦୦୦ ରୁ ଅଧିକ ପ୍ରାର୍ଥୀ ପ୍ରସ୍ତାବ ଗ୍ରହଣ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ । ପାଇଲଟ୍ ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟରେ ଆଇଓସିଏଲ, ଓଏନଜିସି, ବେଦାନ୍ତ, ମାରୁତି ସୁଜୁକି, ଟାଇଟାନ୍ ଏବଂ ଏନଟିପିସି ଭଳି କମ୍ପାନୀଗୁଡ଼ିକ ୬୫୬ ଜିଲ୍ଲାରେ ଇଣ୍ଟର୍ନସିପ୍ ପ୍ରଦାନ କରିଥିଲେ ।