ଏମିତି ସାଙ୍ଗ କାହାକୁ ନ ମିଳୁ… ସାଙ୍ଗର ଭଉଣୀ ଉପରେ ରଖିଥିଲା ଖରାପ ନଜର, ଆଶା ପୂରା ହେଲାନି ବୋଲି…
ବନ୍ଧୁ ନାଁରେ କଳଙ୍କ । ସାଙ୍ଗକୁ ହତ୍ୟା କଲା ଆଉ ଏକ ସାଙ୍ଗ ।
ଭୋପାଳ: ମଧ୍ୟପ୍ରଦେଶ ଭୋପାଳ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି, ଯାହାଙ୍କ ନାମ ବିକାଶ ଜେସୱାଲ । ବିକାଶଙ୍କୁ ଗିରଫ କରିବାର କାରଣ ସେ ତାଙ୍କ ସାଙ୍ଗକୁ ହତ୍ୟା କରିଛି ।ବିକାଶଙ୍କୁ ପାଖାପାଖି ୨ ମାସ ପରେ ହାଇଦ୍ରାବାଦରୁ ଭୋପାଳ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।
ପୁଅ ନ ମିଳିବାରୁ ସନ୍ଦିପଙ୍କ ବାପା ସୁରଜ ପ୍ରଜାପତିଏ ଏ ନେଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଯାହା ଡିସେମ୍ବର ୩ ତାରିଖ ୨୦୨୪ରେ କରାଯାଇଥିଲା ।
ଏଥିସହ ସନ୍ଦିପଙ୍କ ଭଉଣୀଙ୍କୁ ଧମକ ପୂର୍ଣ୍ଣ କଲ୍ ଦେଉଥିଲା ବିକାଶ । ଲକ୍ଷେ ଟଙ୍କା ଦେଲେ ତା’ ଭାଇକୁ ଛାଡ଼ିଦେବ ବୋଲି କହୁଥିଲା । ଯାହାର ରେକଡିଂ ସନ୍ଦିପଙ୍କ ଭଉଣୀ ପୋଲିସକୁ ଶୁଣାଇଲେ ।
ଅଭିଯୋଗର ୪ ଦିନ ପରେ ସନ୍ଦିପଙ୍କ ମୃତଦେହ ସେହୋରେ ଜିଲା ଦେଲାୱାଦି ଜଙ୍ଗଲରୁ ମିଳିଲା । ସନ୍ଦିପଙ୍କ ମୃତଦେହ ମିଳିଗଲା କିନ୍ତୁ ବିକାଶକୁ ପୋଲିସ ପାଇଲାନି, ଯାହାପରେ ପୋଲିସର ସ୍ୱତନ୍ତ୍ର ଟିମ୍ ବିକାଶକୁ ଖୋଜିବାରେ ଲାଗିପଡ଼ିଲା ।
୨ ମାସ ପରେ ଟ୍ରକ୍ ଡ୍ରାଇଭର ଭାବେ କାମକରୁଥିବା ବିକାଶକୁ ଧରିଲା ପୋଲିସ । ପୋଲିସକୁ ଚକମା ଦେଖାଇ ବିକାଶ ନା’ ବଦଳେଇ ରହୁଥିବା ପୋଲିସ ଆସରେ ସ୍ୱୀକାର କଲା । ବିକାଶ ସନ୍ଦିପଙ୍କ ସମ୍ପର୍କୀୟ ଭଉଣୀଙ୍କୁ ବାହାହେବାକୁ ଚାହୁଁଥିଲା, କିନ୍ତୁ ସନ୍ଦିପ ଏହା ଚାହୁଁ ନ ଥିଲେ । ଯାହାପାଇଁ ବିକାଶ ତାଙ୍କୁ ହତ୍ୟା କରିଥିବା କହିଛି ।
ଗିରଫ ପରେ କୋର୍ଟ ଚାଲାଣ କରି ପୋଲିସ ଘଟଣାର ତଦନ୍ତ କରୁଛି । ବିକାଶ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ବାହା ହୋଇସାରିଥିବା ଜଣାପଡ଼ିଛି ।