ବକ୍ସ ଅଫିସରେ ‘ଛାୱା’ର ଛାଇ, ଭିକ୍କି କୌଶଲଙ୍କ ଫିଲ୍ମ ୨୫୦ କୋଟି କ୍ଲବରେ କଲା ଏଣ୍ଟ୍ରୀ

ରେକର୍ଡ ଭାଙ୍ଗିଲା ଭିକ୍କି କୌଶଲଙ୍କ ଫିଲ୍ମ ‘ଛାୱା’, ୨୫୦ କୋଟି କଲାଣି ରୋଜଗାର

ନୂଆଦିଲ୍ଲୀ: ଭିକ୍କି କୌଶଲଙ୍କ ଫିଲ୍ମ ‘ଛାୱା’ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରେକର୍ଡ ଭଙ୍ଗା ରୋଜଗାର କରୁଛି ଏବଂ ଭିକ୍କି କୋଶଲଙ୍କର ସବୁଠୁ ଭଲ ରୋଜଗାର ଫିଲ୍ମ ସାଜିଛି ‘ଛାୱା’। ଆସନ୍ତୁ ଜାଣିବା ଫିଲ୍ମ ଏପର୍ଯ୍ୟନ୍ତ କେତେ ଟଙ୍କା ରୋଜଗାର କରିଛି।

ଦ୍ୱିତୀୟ ଶନିବାରରେ ଭାଙ୍ଗିଲା ପୁଷ୍ପାର ରେକର୍ଡ: ରିପୋର୍ଟ ମୁତାବକ, ଭିକ୍କି କୌଶଲଙ୍କ ଛାୱା ଦ୍ୱିତୀୟ ଶନିବାରରେ ୪୫ କୋଟି ରୋଜଗାର କରିଛି। ଏହି ଫିଲ୍ମ ନବମ ଦିନରେ ୨୮୭.୭୫ କୋଟିରେ ପାଦ ଥାପିଛି।

ଛାୱା ଫିଲ୍ମ ପୁଷ୍ପା-୨ର ରେକର୍ଡକୁ ଭାଙ୍ଗିଦେଇଛି। ପୁଷ୍ପା ନବମ ଦିନରେ ୩୬.୪ କୋଟି ଟଙ୍କା ରୋଜଗାର କରିଥିଲା। ଛାୱା ନବମ ଦିନରେ ୪୫ କୋଟି ଟଙ୍କା ରୋଜଗାର କରିଛି।

ବକ୍ସ ଅଫିସର କଲେକ୍ସନ: ଛାୱା ୩୧ କୋଟିରେ ଓପନିଙ୍ଗ କରିଥିଲା। ଦ୍ୱିତୀୟ ଦିନ ଏହି ଫିଲ୍ମ ୩୭ କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନ ୪୮ କୋଟି, ପଞ୍ଚମ ଦିନ ୨୫ କୋଟି, ଷଷ୍ଠ ଦିନ ୩୨ କୋଟି, ସପ୍ତମ ଦିନ ୨୧ କୋଟି ଏବଂ ରୋଜଗାର କରିଛି।

ପ୍ରଥମ ୱିକରେ ଫିଲ୍ମ ୨୧୯ କୋଟିର କଲେକ୍ସନ କରିଥିଲା। ସେହିପରି ୯ମ ଦିନ ଫିଲ୍ମ ୪୫ କୋଟି ରୋଜଗାର କରିଛି।