ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶର ମଣ୍ଡି, ଜାଣନ୍ତୁ କେତେ ରହିଛି ତୀବ୍ରତା
ହିମାଚଳ ପ୍ରଦେଶର ମଣ୍ଡିରେ ସକାଳୁ ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।
ନୂଆଦିଲ୍ଲୀ: ଭାରତରେ ପୁଣିଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳୁ ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି।
ନେସନାଲ ସେଣ୍ଟର ଫର ସେସ୍ମୋଲୋଜୀ ଅନୁସାରେ, ଏହି ଝଟକା ସକାଳ ୮ଟା ୪୨ ମିନିଟରେ ଆସିଥିଲା। ଏହାର କେନ୍ଦ୍ର ସୁନ୍ଦରନଗରର କିଆରଗି ବୋଲି ଜଣାପଡିଛି।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭୦ ରହିଛି। ତୀବ୍ରତା କମ ଥିବାରୁ କିଛି ଲୋକେ ଏହି ଭୂମିକମ୍ପକୁ ଅନୁଭବ କରିପାରିନାହାନ୍ତି।
ବିଶେଷଜ୍ଞଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶର ଦମ୍ବା, ଶିମଲା, ଲାହୌଲ ସ୍ପିତି, କଙ୍ଗଡ଼ା, ମଣ୍ଡି ଭୂମିକମ୍ପର ସମ୍ବେଦନଶୀଳ ଅଞ୍ଚଳରେ ଆସିଥାଆନ୍ତି। ଏଠାରେ ବାରମ୍ବାର ଭୂମିକମ୍ପ ହୋଇଥାଏ।