କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ପଙ୍କଜ ନାମାଙ୍କନ ଦାଖଲ କରିଥିଲେ। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।
ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ମତ ରଖିଥିଲେ ନୂଆ ସଭାପତି ପଙ୍କଜ ଲୋଚନ ମହାନ୍ତି। ସରକାର ମାଗିଥିବା କାରଣ ଦର୍ଶାଆ ନୋଟିସର ଉତ୍ତର ଦିଆଯାଇଛି।
ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।
ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ପ୍ରଣବ ପ୍ରକାଶଙ୍କ ଆବିର୍ଭାବ ପରେ ପଙ୍କଜ ଲୋଚନ ଗତ ନିର୍ବାଚନରେ ଉପସଭାପତି ନିର୍ବାଚିତ ହୋଇଥିଲେ।