Breaking: ବାପ, ପୁଅ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ହାଇଓ୍ୱା, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ
ଆଜି ଥିଲା ପୁଅର ମାଟ୍ରିକ ପରୀକ୍ଷା ଦ୍ୱିତୀୟ ଦିନ। ଆଉ ପୁଅକୁ ପରୀକ୍ଷା ସେଣ୍ଟର ନେଇ ଯାଉଥିଲେ ବାପା,ମା। ବାଟରେ ଜଗି ବସିଥିଲା ଜମ। ପଛପଟୁ ଆସି ସ୍କୁଟିକୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଆଖି ବୁଜିଲେ ମହିଳା। ସ୍ୱାମୀ ଓ ପୁଅ ଗୁରୁତର।
କେନ୍ଦ୍ରାପଡା: ଘଟିଗଲା ବଡ଼ ଅଘଟଣ। ଆଜି ଥିଲା ପୁଅର ମାଟ୍ରିକ ପରୀକ୍ଷା। ଆଉ ପୁଅକୁ ପରୀକ୍ଷା ସେଣ୍ଟର ନେଇ ଯାଉଥିଲେ ବାପା ମା। ହେଲେ ବାଟରେ ଜଗି ବସିଥିଲା ଜମ। ଆଉ ଆଖି ପିଛୁଳାକେ ଘଟିଗଲା ଅଘଟଣ।
ବାପା ଓ ପୁଅ ଆଗରେ ଚାଲିଗଲା ମହିଳାଙ୍କ ଜୀବନ। ହଁ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ତିନିମୁହାଣି ପୋଲ ନିକଟରେ। ଆଜି ପୁଅର ଥିଲା ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଆଉ ଇଂରାଜୀ ପରୀକ୍ଷାକୁ ପୁଅର ସେଣ୍ଟରକୁ ନେଇ ଯାଉଥିଲେ ବାପା ମା।
ଗୋଟିଏ ସ୍କୁଟିରେ ବାପା ମା ପୁଅକୁ ନେଇ ସେଣ୍ଟରକୁ ଯାଉଥିଲେ। ହେଲେ ତିନିମୁହାଣି ଛକ ଉପରେ ଏକ ହାଇଓ୍ୱା ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ବାପା, ପୁଅ ଆହତ ହୋଇଥିବା ବେଳେ, ଆଖି ଆଗରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା।
ଆଉ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଗାଡିକୁ ଅଟକାଇ ଡ୍ରାଇଭରକୁ ନିର୍ଧୁମ ଛେଚିଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତା ରୋକ।
ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ସ୍ଥିତିକୁ ଆୟତ୍ତକୁ ନେବାକୁ ଚେଷ୍ଟା କରୁଛନ୍ତି। ଏବଂ ଦୁର୍ଘଟଣାରେ ଜଗୁରୁତର ହୋଇଥିବା ବାପା ଓ ପୁଅକୁ ହସ୍ପିଟାଲକୁ ପଠାଯାଇଛି।