ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତିଥା ଭାଜପା ଦଳ ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆଜି ସନ୍ଧ୍ୟା ୭ଟା ବାଜି ୫୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ନଡ୍ଡା ।
ବିମାନ ବନ୍ଦରରୁ ସିଧା ପୁରୀ ଯିବେ । ପୁରୀରେ ହିଁ ନଡ୍ଡା ରାତ୍ରୀଯାପନ କରିବେ ।
୨୮ ତାରିଖ ଦିନ ୧୦ଟାରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଉଦଘାଟନ କରିବେ । ଅପରାହ୍ନ ୨ଟାରେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।
ଏହାପରେ ପୁରୀରୁ ଭୁବନେଶ୍ୱର ଆସିବେ । ରାଜ୍ୟ ଅତିଥି ଭବନରେ ଅଢ଼େଇ ଘଣ୍ଟା ରହିବେ ।