Breaking: ଦେଢ଼ଶୁର ଟାଙ୍ଗିଆ ଚୋଟରେ ଭାଇବୋହୂ ଗୁରୁତର

ପାରିବାରିକ କଳହରୁ ଭାଇବୋହୂକୁ ହାଣିଦେଲା ଦେଢ଼ଶୁର। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।

ନିମାପଡ଼ା: ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ ମାମଲା। କିଏ କେତେବେଳେ କାହା ଉପରେ କେଉଁଠି ଆକ୍ରମଣ କରୁଛି ତାହା କଳ୍ପନା ବାହାରେ। ଏଠି ଆଉ ସମ୍ପର୍କରେ ମଧୁରତା ନାହିଁ। ବରଂ ଯଦି ଅଛି କେବଳ ଘୃଣା, ରାଗ ଓ ପ୍ରତିଶୋଧ। ଯାହାର କରୁଣ ପରିଣତି ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି।

ଠିକ୍ ସେହିପରି ଭାଇବୋହୂ ଓ ଦେଢ଼ଶୁରର ସମ୍ପର୍କ। ଯାହାକୁ ଏକ ପବିତ୍ର ସମ୍ପର୍କ ବୋଲି ମନାଯାଏ। ଆଉ ଦୁହେଁ ଦୁହିଁଙ୍କୁ ଛୁଇଁଲେ ପାପ ବୋଲି ଧରାଯାଏ। ହେଲେ ଏବେ ସେହି ଭାଇବୋହୂକୁ ଟାଙ୍ଗିଆରେ ହାଣି ଦେଇଛି ଦେଢ଼ଶୂର।

ହଁ ଏପରି ଏକ ଘଟଣା ଦେଖିବାକୁ ମିଳିଛି ନିମାପଡାରେ। ଭାଇବୋହୂକୁ ଟାଙ୍ଗିଆରେ ହାଣିଛି ଦେଢ଼ଶୁର। ଦେଢ଼ଶୁରଙ୍କ ଟାଙ୍ଗିଆ ଚୋଟରେ ଭାଇବୋହୂ ଗୁରୁତର ହୋଇପଡିଛନ୍ତି। ଡେଣୁଅଁ ପଞ୍ଚାୟତ ବେହେରାସାହିର ଏହି ଘଟଣା ଦେଖିବାକୁ ମିଳିଛି।

ପାରିବାରିକ କଳହକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଦେଢ଼ଶୁରକୁ ପୋଲିସ ପଚରାଉଚରା କରୁଛି। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି।