Breaking: ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜିତିଥିଲେ ଉତ୍ତମ, ଓଡ଼ିଆ ଫିଲ୍ମ ଜଗତ ପାଇଁ ତାଙ୍କ ଅବଦାନ ସବୁବେଳେ ମନେରହିବ

ନୂଆଦିଲ୍ଲୀ: ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିମ୍ବଦନ୍ତୀ ପୁରୁଷଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ ଥିବା କହିଲେ ଦ୍ରୌପଦୀ ମୁର୍ମୁ ।

ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ ହୃଦହ ଜୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରରେ ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ବିୟୋଗରେ ଓଡ଼ିଶା ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି କହିଲେ ରାଷ୍ଟ୍ରପତି ।

 

ଉତ୍ତମଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ମେଦାନ୍ତରେ ଚିକିତ୍ସିତ ହେଉଥିବାବେଳେ ଭିଡିଓ କଲ୍ ଜରିଆରେ ପୁଅ ବାବୁସାନଙ୍କ ସହ କଥା ହୋଇଥିଲେ ନବୀନ ।