Breaking: କାର୍ଯ୍ୟରତ ଶ୍ରମିକଙ୍କ ଉପରେ ପଡ଼ିଲା ବିଶାଳ ବରଫଖଣ୍ଡ… ଫସିଛନ୍ତି ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

ଭରାରିସେନ୍: ଉତ୍ତରାଖଣ୍ଡ ବଦ୍ରିନାଥ ଧାମରେ ହିମସ୍ଖଳନ । ହିମସ୍ଖଳନ ପାଇଁ ଫସି ରହିଛନ୍ତି 41 ଶ୍ରମିକ ।

ମାନାରୁ ଘୋଷ୍ଟଲିକୁ ସଂଯୋଗ କରୁଥିବା ନ୍ୟାଶନାଲ ହାଇାୱେରେ ହିମସ୍ଖଳନ ହୋଇଥିବା ସୂଚନା ।

ଘଟଣାସ୍ଥଳରେ ୫୭ରୁ ଅଧିକ ଶ୍ରମିକ କାମ କରୁଥିଲେ । ସୂଚନା ପାଇ ବିଆରଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି 16 ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଗତ ୪୮ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳରେ ବରଫପାତ ଲାଗି ଲାଗିରହିଛି । ଘରୋଇ କଣ୍ଟ୍ରାକ୍ଟର ଅଧିନରେ ରାସ୍ତା କାମ ଜାରି ଥିବାବେଳେ ଏ ଅଘଟଣା ଘଟିଥିବା ସୂଚନା ।

ସ୍ଥାନ ଖାଲି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଥିବାବେଳେ ରେସ୍କ୍ୟୁ ଅପରେଶନ୍ ଜାରି ରହିଛି ।