IND vs NZ: ମାଗଣାରେ ଦେଖନ୍ତୁ ଭାରତ-ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ, ଫ୍ରୀର ଏପରି ଉଠାନ୍ତୁ ଲାଭ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଗ୍ରୁପ-ଏରେ ବର୍ତ୍ତମାନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ। ଏହି ଦୁଇଟି ଟିମ ସେମିଫାଇନାଲର ଟିକେଟ ହାସଲ କରିସାରିଛନ୍ତି।

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଗ୍ରୁପ-ଏରେ ସେମିଫାଇନାଲ ପାଇଁ ଦୁଇଟି ଟିମ ଧ୍ୟାର୍ଯ୍ୟ ହୋଇସାରିଛନ୍ତି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସର୍ବପ୍ରଥମେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି।

ସେହିପରି ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ତେବେ ବର୍ତ୍ତମାନ ଗ୍ରୁପ-ଏର ଶେଷ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସାମ୍ନା-ସାମ୍ନି ହେବେ।

ତେବେ ଆସନ୍ତୁ ଜାଣିବା କେବେ ଏବଂ କେଉଁଠି ଖେଳାଯିବ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ୍ସ ଟ୍ରଫି ୨୦୨୫ ମ୍ୟାଚ ଏବଂ କିଭଳି ଦେଖିପାରିବେ ଏହି ଶାନଦାର ମୁକାବିଲା..

ସମୟ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟ୍ରଫି ୨୦୨୫ର ୧୨ତମ ମ୍ୟାଚ ୨ ମାର୍ଚ୍ଚ ରବିବାର ଦିନ ଦ୍ୱିପ୍ରହର ୨ଟା ୩୦ ମିନିଟରେ ଖେଳାଯିବ।

ସ୍ଥାନ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ୧୨ତମ ମ୍ୟାଚ ଦୁବାଇର ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବ।

ଟିଭିରେ କେମିତି ଦେଖିବେ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ଏଚଡି ୧ ଏବଂ ଷ୍ଟାର ସ୍ପୋର୍ଟସ ଏଚଡି ୨ରେ ଦେଖିପାରିବେ। ଟିଭିରେ ମ୍ୟାଚ ଇଂରାଜୀ ଏବଂ ହିନ୍ଦୀ ଦୁଇଟି କମେଣ୍ଟ୍ରି ସହ ଉପଲବ୍ଧ ହେବ।

ମୋବାଇଲରେ କେମିତି ଦେଖିବେ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଲାଇଭ୍ ଷ୍ଟ୍ରିମିଙ୍ଗ ଜିଓ ହଟଷ୍ଟାରରେ ଉପଲବ୍ଧ ହେବ। ଓଟିଟି ପ୍ଲାଟଫର୍ମରେ ଇଂରାଜୀ, ହିନ୍ଦୀ, ଭୋଜପୁରୀ, ତେଲୁଗୁ, ବଙ୍ଗାଳୀ, କନ୍ନଡ଼ ଏବଂ ହରିୟାଣା ସମେତ ଅନେକ ଭାଷାରେ କମେଣ୍ଟ୍ରି ଉପଲବ୍ଧ ହେବ। ଜିଓ ହଟଷ୍ଟାର ୟୁଜର୍ସଙ୍କୁ ମ୍ୟାଚ ଦେଖିବା ପାଇଁ ଆକ୍ଟିଭ ସବସ୍କ୍ରିପସନର ଆବଶ୍ୟକତା ରହିବ।

ଏଥିରେ ଜିଓ ସିନେମା ବା ଡିଜ୍ନୀ+ ହଟଷ୍ଟାରର ସବସ୍କ୍ରିପସନ ମଧ୍ୟ ସାମିଲ ରହିବ। ବିଭିନ୍ନ ଟେଲିକମ କମ୍ପାନୀ ରିଚାର୍ଜ ବଣ୍ଡଲ ସହ ମୁକ୍ତରେ ଜିଓ ହଟଷ୍ଟାର ସବସ୍କ୍ରିପସନ ଦେଉଛି। ଯେଉଁ ଫ୍ୟାନ୍ସ ନିଜ ମୋବାଇଲ ଫୋନରେ ଏହି ମ୍ୟାଚର ଲାଇଭ କଭରେଜ ଦେଖିବାକୁ ଚାହୁଁଛନ୍ତି, ସେମାନେ ଏହି ଅପସନକୁ ଆପଣାଇ ପାରିବେ।