ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ଆଜି ସକାଳୁ ପ୍ରବଳ ବର୍ଷା ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ଓ ଏନସିଆର ଅନେକ ଅଞ୍ଚଳରେ ପାଣି ଭରି ରହିଛି । ପ୍ରବଳ ବର୍ଷା ହେତୁ ଆଇଟିଓ ନିକଟସ୍ଥ ଆନ୍ନା ନଗରରେ ଗୋଟିଏ ଘର ସମ୍ପୂଣ୍ଣ ରୂପେ ଭୁଶୁଡି ପଡିଛି । ପ୍ରବଳ ବର୍ଷା କାରଣରୁ ଘରଟି ଭୁଶୁଡିପଡି ପାଣିରେ ଧୋଇଯାଇଛି ।
दिल्ली के आईटीओ के पास अन्ना नगर में पानी में कई मकान बह गए ,बारिश के पहले न नाले साफ हुए सीवर,इसलिए ये हाल है,राजधानी की इससे बदतर हालत क्या हो सकती है pic.twitter.com/Oq66qV7xD7
— Mukesh singh sengar मुकेश सिंह सेंगर (@mukeshmukeshs) July 19, 2020
ମୁକେଶ ସିଂ ସେଙ୍ଗର ଏକ ଟ୍ୱିଟ୍ ଜରିଆରେ ଏହି ଭିଡିଓକୁ ସେୟାର କରିଛନ୍ତି । ତେବେ ଘଟଣା ସମୟରେ ଘରେ କେହି ଉପସ୍ଥିତ ନଥିଲେ, ଯେଉଁଥିପାଇଁ କୌଣସି ଧନଜୀବନ ନଷ୍ଟ ହୋଇନାହିଁ । ଆସନ୍ତୁ ଦେଖିବା ଏହି ଭିଡିଓ..