ଭଦ୍ରକ: ଭଦ୍ରକ, ଆନନ୍ଦପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁଣାଯାଇଛି ପ୍ରଚଣ୍ଡ ଶବ୍ଦ । ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି ।
ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଘରୁ ଲୋକେ ତୁରନ୍ତ ବାହାରି ଆସିଥିବା ଦେଖିବାକୁ ମିଳିଛି ।
ତେବେ ଏ ଶବ୍ଦ କେଉଁଠାରୁ ଆସିଲା ଏବଂ ଏହା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।
କିନ୍ତୁ ଭୟଙ୍କର ଶବ୍ଦ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ବତ୍ତର୍ମାନ ସୁଦ୍ଧା ଲୋକେ ଆତଙ୍କିତ ଅଛନ୍ତି ।