ମଖାନା ଶରୀର ପାଇଁ ହେଉଛି ଏକ ସୁପରଫୁଡ । ଏଥିରେ ଭରି ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ ।
ନିୟମିତ ମଖାନାକୁ ଜଳଖିଆ ଭାବେ ଖାଇପାରିବେ ।
– ମଖାନା ବ୍ଲଡସୁଗାରକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀ ନିୟମିତ ଏହାକୁ ସେବନ କରିପାରିବେ ।
– ମଖାନାରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ସ୍ନାକ୍ସ ଭାବେ ସେବନ କରିପାରିବେ ।
-ମଖାନାରେ ଫ୍ଲାଭୋନଏଡ ଓ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଫ୍ରି ରାଡିକାଲ୍ସରୁ ଶରୀରକୁ ରକ୍ଷା କରେ ।
– ପୋଟାସିୟମ ଓ ମ୍ୟାଗ୍ନେସିୟମରେ ଭରପୁର ଅଟେ ମଖାନା । ଏଥିରେ ସୋଡିୟମ ମାତ୍ରା କମ୍ ଥାଏ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
-ଭରପୂର ମାତ୍ରାରେ ଆଇରନ ଥାଏ ମଖାନାରେ । ରକ୍ତହୀନତା ବା ଏନିମିଆ ସମସ୍ୟା ରହିଛି ତେବେ ନିୟମିତ ମଖାନା ଖାଇଲେ ଲାଭ ମିଳିଥାଏ ।
-ପିସିଓଏସ ସମସ୍ୟା ଥିବା ମହିଳାମାନେ ନିହାତି ମଖାନା ଖାଇବା ଭଲ । ହାଇ ଫାଇବର ଫୁଡ୍ ହୋଇଥିବାରୁ ଦୀର୍ଘ ସମୟ ଯାଏ ପେଟ ପୂର୍ଣ୍ଣ ହେଲା ଭଳି ଅନୁଭବ ହୁଏ ।