୫ରେ ଖୋଲା ରହିବ ସମସ୍ତ ସ୍କୁଲ, ନିର୍ଦ୍ଦେଶ ଜାରି କଲେ ସରକାର

ଭୁବନେଶ୍ୱର,୪ା୩: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୫ରେ ଛୁଟି ନ ହୋଇ ସମସ୍ତ ସ୍କୁଲ ଖୋଲା ରହିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲା ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫କୁ ଛୁଟି କରାଯାଉଥିଲା । ମାତ୍ର ଗତକାଲି ସରକାର ଏପି୍ରଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆସନ୍ତାକାଲି ଏହି ଛୁଟିକୁ ବାତିଲ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ହେବନି । ଏପ୍ରିଲ ୨୪ରେ ହେବ ପାଳନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତି ଦୂର କରିବାକୁ ପ୍ରୟାସ କରାଯାଇଥିବା କୁହାଯାଇଛି । ଅଲଗା ଅଲଗା ପାଳନ ହେବ ନାହିଁ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ

ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ପଞ୍ଚାୟତିରାଜ ଦିବସ ଧୁମଧାମରେ ପାଳିବାକୁ ସରକାର ନିର୍ଦ୍ଦେଶ  ଦେଇଛନ୍ତି। ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ। କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ।