Breaking: ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ସୁଶୀଲ କୁମାରଙ୍କୁ ଜାମିନ୍, ହତ୍ୟା ମାମଲାରେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ: ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଜୁନିଅର ଜାତୀୟ ସ୍ତରୀୟ କୁସ୍ତିଯୋଦ୍ଧା ସାଗର ଧନକରଙ୍କ ହତ୍ୟା ମାମଲାରେ ସୁଶୀଲଙ୍କୁ ମିଳିଛି ଜାମିନ୍ ।

ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସୁଶୀଲ ଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ସଞ୍ଜିବ ନରୁଲା ୫୦ ହଜାର ଟଙ୍କା ଜରିମାନାରେ ଏହି ବେଲ୍ ପ୍ରଦାନ କରିଛନ୍ତି । ହରିଆଣା ରୋହତକସ୍ଥିତ ଘରେ ସୁନୀଲ କୁମାର ଏବଂ ଆଉ ଜଣେ ସହଯୋଗୀ ମୃତ ଧନକରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଧନକରଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ଧନକରଙ୍କ ମୃତ୍ୟୁର ୧୮ ଦିନ ପରେ ସୁଶୀଲଙ୍କୁ ପୋଲିସ ଗିରଫ କରିଥିଲା ।