ନୃଶଂସ ବାପା, ୫ ବର୍ଷର ଝିଅକୁ ହାଣି ଟିକ୍ ଟିକ୍ କରି ବିଲରେ ଫୋପାଡ଼ି ଦେଲା
ବର୍ବର ହତ୍ୟାକାଣ୍ଡ। ଜନ୍ମ କଲା ବାପା ସାଜିଲା କଂସେଇ। ପଡ଼ିଶା ଘରକୁ ଯାଇଥିଲା ବୋଲି ୫ ବର୍ଷର ଝିଅକୁ ହାଣି ଟିକ୍ ଟିକ୍ କରିଦେଲା। ଆଉ ବିଲରେ କୁକୁର ଶିଆଳଙ୍କୁ ଖାଇବା ପାଇଁ ଏଣେତେଣେ କଟା ମାଂସ ପକାଇଲା।
ଉତ୍ତରପ୍ରଦେଶ: ଦାନବ ସାଜିଲା ଜନ୍ମ କଲା ବାପା। ନିଜ ୫ ବର୍ଷର ନାବାଳିକାକୁ ଜୀବନରୁ ମାରିଦେଲା। କେବଳ ମାରିଦେଲା ତାହା ନୁହେଁ। ଅତି ବର୍ବର ଭାବରେ ନାବାଳିକାକୁ ଟିକ୍ ଟିକ୍ କରି ବିଲରେ ଫୋପାଡ଼ି ଦେଲା। ଆଉ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇବା ପରେ ନିଜେ କାନ୍ଦି କାନ୍ଦି ଭଲ ଅଭିନୟ ମଧ୍ୟ କଲା।
ଏପରିକି ଥାନାକୁ ଯାଇ ଝିଅ ନିଖୋଜ ହୋଇଥିବା ନେଇ ଅଭିଯୋଗ ମଧ୍ୟ କଲା। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କଲା। ଏବଂ ପୋଲିସ ପାଖେ ପାଖେ ରହି ସବୁ ଦେଖୁଥିଲା ଅଭିଯୁକ୍ତ ବାପା। ଘର ପାଖରୁ ମାତ୍ର ୧୦୦ ମିଟର ଦୂରରେ ଝିଅର କଟା ମୁଣ୍ଡ ମଧ୍ୟ ପାଇଲା ପୋଲିସ। ହେଲେ ଏବେ ବି ଶରୀରର ଅନେକ ଅଂଶ ଖୋଜି ପାଉନି ପୋଲିସ।
ନାବାଳିକାର ହତ୍ୟା: ହଁ ଆଜ୍ଞା ଦୁନିଆରେ ଏମିତି ବି ନୃଶଂସ ବାପା ଅଛନ୍ତି। ଯେଉଁଠି ଜଣେ ବାପା ନିଜ ପିଲା ମାନଙ୍କ ଖୁସି ପାଇଁ ଜୀବନ ଦେବାକୁ ବି ପଛାଉ ନାହାନ୍ତି। ସେଠି ଆଉ ଜଣେ ବାପା ନିଜ ଛୋଟ ଝିଅର ଜୀବନ ନବାକୁ ବି ପଛଘୁଞ୍ଚା ଦେଇନି।
ଏତେ ନିଷ୍ପାପ କଅଁଳ ଛୁଆଟିର ହତ୍ୟା କରିବା ପାଇଁ ତା ହାତ ଟିକେ ହେଲେ ବି ଥରିନି। ଏମିତି ଏକ ବର୍ବର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁର ମଥୁରା ଥାନା ଅଞ୍ଚଳର ବାହାଦୁରଗଞ୍ଜ ଗାଁରେ।
ଜଣେ ବାପା ନିଜ ଜନ୍ମ କଲା ୫ ବର୍ଷର ଝିଅକୁ ବୁଲାଇ ନେବା ବାହାନାରେ କ୍ଷେତରେ ଥିବା ଫାର୍ମ ହାଉସକୁ ନେଇଯାଇଥିଲେ। ଆଉ ସେଠାରେ ନିଜେ ପିନ୍ଧିଥିବା ଟି-ସର୍ଟରେ ଝିଅଟିର ତଣ୍ଟି ଚିପି ମାରି ଦେଇଥିବା ସୂଚନା ମିଳିଛି।
ଟିକ୍ ଟିକ୍ କରି ଫୋପାଡ଼ି ଦେଲା: ପରେ ସେହି ଫାର୍ମ ହାଉସରେ ଝିଅକୁ ଛାଡ଼ି ପଳାଇ ଆସିଥିଲେ। ଆଉ କିଛି ସମୟ ପରେ ଝିଅକୁ ମେଡିକାଲ ନେବାକୁ ତାଙ୍କର ଇଚ୍ଛା ହେଲା। ତେଣୁ ପୁଣିଥରେ ଫେରି ଫାର୍ମ ହାଉସକୁ ଯାଇଥିଲେ। ଆଉ ସେଠାରେ ଦେଖିଲା ବେଳକୁ ଝିଅଟିର ନିଶ୍ୱାସ ବନ୍ଦ ହୋଇଯାଇଥିଲା।
ତେଣୁ ହତ୍ୟା ଘଟଣା ଲୁଚାଇବା ଉଦ୍ଦେଶ୍ୟରେ କୁନି ପିଲାଟିର ଦେହକୁ କାଟି ଟିକ୍ ଟିକ୍ କରି ବିଲର ଏଣେତେଣେ ଫୋପାଡ଼ି ଦେଇଥିଲା। କେଉଁଠି ପଡିଥିଲା ମୁଣ୍ଡ ତ ଆଉ କେଉଁଠି ପଡିଥିଲା ଗୋଡ଼। ତ ଆଉ କେଉଁଠି ପଡିଥିଲା ହାତ।
ଥାନାରେ ଅଭିଯୋଗ: କେବଳ ଏତିକିରେ ସରି ନଥିଲା କାହାଣୀ। ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ଯାଇ ଅଭିଯୁକ୍ତ ବାପା ନିଜେ ଥାନାରେ ଯାଇ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲା। ଆଉ ବାପାର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଆଉ ପ୍ରାଥମିକ ଚଦନ୍ତରୁ ଘରର ୧୦୦ ମିଟର ଭିତରେ କ୍ଷେତ ଭିତରେ ଝିଅର କଟାମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲା। ଆଉ କିଛି ଦୂରରେ ଝିଅଟିର ପାଟି ପଡିଥିଲା। ଯାହାପରେ ପୋଲିସର ସନ୍ଦେହ ଅଧିକ ବଢ଼ିଲା।
ଝିଅ ନିଖୋଜ ହୋଇଥିବା ନେଇ ଫେବୃଆରୀ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଏବଂ ପୋଲିସର ଅଧିକ ପଚରା ଉଚରା ଫଳରେ ମାର୍ଚ୍ଚ ୨ ତାରିଖ ଦିନ ଅଭିଯୁକ୍ତ ବାପା କେଉଁ ଆଡେ ଫେରାର ହୋଇଯାଇଥିଲା।
ଯାହାକି ପୋଲିସର ସନ୍ଦେହକୁ ଆହୁରି ମଜବୁତ କରିଥିଲା। ପରେ ମୋବାଇଲ ଲୋକେସନ ଟ୍ରାକ କରି ପୋଲିସ ମାର୍ଚ୍ଚ ୩ ତାରିଖରେ ସୀତାପୁର କୋର୍ଟ ପରିସରରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଯେତେବେଳେ ପୋଲିସ ତାଙ୍କର ଠିକଣା ପାଇଲା ସେତେବେଳେ ସେ ଜଣେ ଓକିଲଙ୍କ ସହ ଜପରାମର୍ଶ କରୁଥିଲେ। ଯାହାକି ତାଙ୍କ ଉପରେ ପୋଲିସ ସନ୍ଦେହ ଅଧିକ ଘନୀଭୂତ ହେଲା।
କାହିଁକି କଲା ହତ୍ୟା: ତେବେ ପୋଲିସ ଅଧିକ ପଚରା ଉଚରା ପରେ ଅଭିଯୁକ୍ତ ବାପା ନିଜ ଦୋଷ ସ୍ୱୀକାର କରିଛି। ଏବଂ ସେ ହିଁ ନିଜେ ତା ଝିଅକୁ ହତ୍ୟା କରିଥିବା କହିଛି। ଆଉ ଏହାର କାରଣ ହେଉଛି ଝିଅଟି ତାଙ୍କ ପାଖ ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ।
କାରଣ ଅଭିଯୁକ୍ତ ବାପାର ପଡ଼ୋଶୀ ସ୍ତ୍ରୀଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଯାହା ପାଇଁ ଦୁଇ ଦିନ ତଳେ ଉଭୟ ପରିବାରଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ତେଣୁ ପଡ଼ୋଶୀଙ୍କ ଘରକୁ ନ ଯିବା ପାଇଁ ଅଭିଯୁକ୍ତ ବାପା ତାର ତିନି ପିଲାଙ୍କୁ ବାରଣ କରିଥିଲା।
ହେଲେ ଯେତେବେଳେ ସାନ ଝିଅ ପଡୋଶୀଙ୍କ ଘରକୁ ଯିବା ସେ ଦେଖିଥିଲେ। ସେତେବେଳେ ନିଜ ରାଗକୁ ସହ୍ୟ କରିପାରିଲେ ନାହିଁ। ଆଉ ରାଗରେ ଆସି ଝିଅଟିର ହତ୍ୟା କରିଦେଲେ। ପୋଲିସ ଏହା ଉପରେ ଅଧିକ ତଦନ୍ତ ଚଳାଇଛି।
ଘରର ୭୦୦ ମିଟର ଭିତରେ ନାବାଳିକାର ଗୋଡ଼ ଓ ହାତ ମିଳିଥିବା ବେଳେ, ଏବେବି ଶରୀରର ଅନେକ ଅଂଶ ମିଳୁ ନାହିଁ। ସାଇଣ୍ଟିଫିକ୍ ଟିମ୍ ଡ୍ରୋନ ଲଗାଇ ଶରୀରର ସମସ୍ତ ଅଂଶ ବିଶେଷ ଖୋଜିବାକୁ ଚେଷ୍ଟା ଚଳାଇଛି। ଏବଂ କିପରି କାଟିଲା ଏବଂ କେଉଁଥିରେ କାଟି ଅଂଶ ସବୁକୁ ଫୋପାଡିଲା ତା ମଧ୍ୟ କହିନାହିଁ ଅଭିଯୁକ୍ତ।