ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୬ା୩: ଓପିଆରବି ଦ୍ୱାରା ହେବାକୁ ଥିବା ପୋଲିସ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଗ୍ରୁପ୍ ‘ବି’ ପୋଲିସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।  ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସ୍‌ଆଇ ପରୀକ୍ଷା ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଆଶାୟୀ ପ୍ରାର୍ଥୀମାନେ କେଉଁ ପରୀକ୍ଷା ଦେବେ ଚିନ୍ତାରେ ଥିଲେ । ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ  ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ ଏହି ପରୀକ୍ଷାକୁ ସରକାରଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି । ଏନେଇ ପରୀକ୍ଷାର୍ଥୀ ଆଶ୍ୱସ୍ତି ଲାଭ କରିଥିବା କହିଛନ୍ତି ।

ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହୋଇଥାନ୍ତା । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ବି  ପରୀକ୍ଷା ହେବାର ଥିଲା । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟରେ ପରୀକ୍ଷା ହୋଇଥାନ୍ତା।