Breaking: ମହିଳା ଦିବସରେ ରାସ୍ତାକୁ ଓହ୍ଲାଇବେ ମହିଳା, ୧୦ରୁ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ମହିଳା ଦିବସରେ ବିକ୍ଷୋଭ କରିବେ ମହିଳା । ବିଶ୍ୱ ମହିଳା ଦିବସ ଅବସରରେ କଳା ପଟି ବାନ୍ଧି ମହଳାମାନେ କରିବେ ପ୍ରତିବାଦ ।

କଂଗ୍ରେସ ଭବନ ସାମ୍ନାରେ ଧାରଣା ଦେବେ ୧ ହଜାର ମହିଳା । ମହିଳା ସୁରକ୍ଷା ପ୍ରସଙ୍ଗରେ ଆନ୍ଦୋଳନ କରିବା ନେଇ ସୂଚନା ।

ମହିଳାଙ୍କ ଧାରଣା ସମ୍ପର୍କରେ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ ।

୧୦ ତାରିଖରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସବୁ ଜିଲ୍ଲା ଓ ଭୁବନେଶ୍ୱର ଏଡିଏମ୍ ଅଫିସ ଆଗରେ କରିବ ବିକ୍ଷୋଭ ପ୍ରଦର୍ଶନ ।

ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ଏ ଭିକ୍ଷୋପ କରାଯାଉଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।